ନିର୍ମାଣାଧୀନ ସ୍ଥଳରେ ପଂଚାୟତ କାର୍ଯ୍ୟାଳୟ ଦାବିରେ ଓଆଲପୁର ଗ୍ରାମବାସୀଙ୍କ ତହସିଲଦାର ଓ ବ୍ଲକ ଅଧକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ନିର୍ମାଣାଧୀନ ସ୍ଥଳରେ ଖଲ୍ଲିକୋଟ ବ୍ଲକର ଓଆଲପୁର ପଂଚାୟତର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଦାବିରେ ଗ୍ରାମର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଖଲ୍ଲିକୋଟ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ତହସିଲଦାର ରାଜ କିଶୋର ପଟ୍ଟନାୟକଙ୍କୁ ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି l ଗତ ୨୦୧୮ ମସିହାରେ ଖଲ୍ଲିକୋଟ ବ୍ଲକ ରେ ବାଗଲପୁର ,ମାଣିକ୍ୟପୁର ,ଓ ଅ|ଲପୁର କୁ ତିନି ଗୋଟି ନୂତନ ପଂଚାୟତ ଭାବେ ଘୋଷଣା କରାଯାଇଥିଲା l ତେବେ ଦୁଇଗୋଟି ପଂଚାୟତ ର ନିଜସ୍ୱ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ସ ରି ଥିବା ବେଳେ ଓ. ଅ|ଲପୁର ପଂଚାୟତ ର ନିଜସ୍ୱ କୋଠା ନିର୍ମାଣ କୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି l ପ୍ରଥମେ ଚିଲିକା କୁଳ ରେ ପଂଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଥିବା ବେଳେ ଏହା ସି ଆର ଜେଡ ରେ ଆସୁଥିବା କାରଣରୁ ଏହା ରାଜ୍ୟ ଉଚ୍ଚ ନ୍ୟାୟାଳୟ ରେ ମାମଲା ରୁଜ୍ଜୁ ହେବା ରହିତାଦେଶ ହୋଇଥିଲା l ପରବର୍ତୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାଳୟ ରହିତାଦେଶ ହଟାଇ କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ଗଂଜାମ ଜିଲ୍ଲାପାଳ ଙ୍କୁ ନିଁର୍ଧେସ ଦେଇଥିଲେ l ତଦନୁଯାୟୀ ଗଂଜାମ ଜିଲ୍ଲାପାଳ ଖଲ୍ଲିକୋଟ ବ୍ଲକ ପରିସର ରେ ଜନଶୁଣାଣୀ କରି ସ୍ଥାନୀୟ ଜନ ପ୍ରତିନିଧି ଓ ପଂଚାୟତ ବାସୀଙ୍କ ମତାମତ ଅନୁଯାୟୀ ପଂଚାୟତ ର କେନ୍ଦ୍ରସ୍ଥଳ ଠାରେ ପଂଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ହେଲା l ବ୍ଲକ ପ୍ରଶାସନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ୧୪ ଲକ୍ଷ ଟଙ୍କା ଖର୍ଚ କଲେ ବର୍ତମାନ ନିର୍ମାଣାଧୀନ ପଂଚାୟତ ଗୃହ ଛାତ ପଡିବ| ଅପେକ୍ଷାରେ ଥିବା ବେଳେ ପୁନର୍ବାର ଅନ୍ୟତ୍ର ପଂଚାୟତ ଗୃହ ନିର୍ମାଣ ପାଇଁ ସରକାରୀ ଜମି ଖୋଜିବା ସହ ସ୍ଥାନୀୟ ବି ଡି ଓ ଓ ତହସିଲଦାର ଏ ନେଇ ଯୁଗ୍ମ ତଦନ୍ତ କରି ଫେରିଥିବା ଜଣାପଡିଛି l ଗ୍ରାମବାସୀ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ମାଣାଧୀନ ସ୍ଥଳରେ ପଂଚାୟତ କାର୍ଯ୍ୟାଳୟ ନ ହେଲେ ଗ୍ରାମବାସୀ ରାଜରାସ୍ତା କୁ ଓଲ୍ଲହାଇବେ ବୋଲି ଗ୍ରାମର ବୁଲୁ ତରାଇ ,ପବିତ୍ର ବାରିକ ,ପ୍ରମୋଦ ପ୍ରଧାନ ,ପୁର୍ଣ ଚନ୍ଦ୍ର ଗୌଡ଼ ,ବାବୁଲି ତରାଇ ଓ ଟୁକୁନା ତରାଇ ସମେତ ଗ୍ରାମବାସୀ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ତହସିଲଦାର ଶ୍ରୀ ପଟ୍ଟନାୟକ ରାଜ୍ୟ ଉଚ୍ଚ ନ୍ୟାଳୟ ର ରାୟ କୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.