ରାୟଗଡାରେ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସୌଜ୍ୟନ୍ୟତାରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରାୟଗଡା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ରାୟଗଡା ପଂଚାୟତ ସମିତି ଅତିରିକ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ,ସେଞ୍ଚୁରୀୟାନ ୟୁନିଭେର୍ସିଟି ନିର୍ଦ୍ଦେଶକ ରାଜେଶ ପାଢ଼ୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଟିକେଶ୍ୱର ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ |

ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ପୌରାହିତରେ ସମସ୍ତ ଅତିଥିଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପଧୁପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ଗୀତ ଗୋବିନ୍ଦ କାବ୍ୟର କିଛି ପଂକ୍ତି ଗାନ କରିଥିଲେ | ଶ୍ରୀକୃଷ୍ଣ ଓ ରାଧାଙ୍କ ଅମ୍ଲାନ ପ୍ରେମକୁ ତଥା ଓଡ଼ିଆ ଜନ ଜୀବନକୁ ଭାବ ଭକ୍ତି ଓ ଜ୍ଞାନ ମାର୍ଗରେ ପ୍ରଭାବିତ କରି ଯାଇଥିବା ଗୀତ ଗୋବିନ୍ଦ କାବ୍ୟର ସ୍ରଷ୍ଟା ତଥା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସମର୍ପିତ ପ୍ରାଣ କବି ଶ୍ରୀ ଜୟଦେବଙ୍କ ସାହିତ୍ୟ କୃତି ଉପରେ ଅତିଥିମାନେ ଆଲୋକପାତ କରିଥିଲେ |

କାର୍ଯ୍ୟକ୍ରମରେ ସ୍ୱର ସାଗର ଅନୁଷ୍ଠାନ, ରାୟଗଡାର ଶିଶୁ କଳାକାର ମାନଙ୍କ ଦ୍ୱାରା ମଞ୍ଚରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ମଞ୍ଚରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିବାରୁ ସମସ୍ତ କଳାକାରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଜିଲ୍ଲା ସଂସ୍କୃତି ଅଧିକାରୀଣି ସୁସ୍ମିତା ବାଉରୀ ପ୍ରଂଶସା ପତ୍ର ପ୍ରଦାନ କରିଥିଲେ | ସେହିପରି ରାଜ୍ୟ ସ୍ତରୀୟ ପୁରସ୍କାର ବିଜେତା ଶିକ୍ଷକ ନୀଳାଞ୍ଚଳ ମିଶ୍ରଙ୍କ ସମେତ ଆକ୍ସିସ ବ୍ୟାଙ୍କ ମ୍ୟାନେଜେର ଓ ସଂସ୍କୃତି କାର୍ଯ୍ୟାଳୟର ଡିଇଓ କାହୁଚରଣ, ଗାୟକ ପ୍ରଶାନ୍ତ ନାୟକଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମରେ ପ୍ରଶାନ୍ତ ନାୟକ ସଂଯୋଜନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.