ନର୍ଲା ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୧୨।୪ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରଠାରେ ମୋଟର ସାଇକେଲ ଶୋଭାଯାତ୍ରା ସମୟରେ ହନୁମାନ ଭକ୍ତ ମାନଙ୍କୁ ଯୋଉଭଳି ଆକ୍ରମଣ କରାଗଲା ଏବଂ ୧୪।୪ ରେ ସମ୍ବଲପୁର ବନବାସୀ ଯୁବକଙ୍କୁ କ୍ରୁରତାର ସହିତ ହତ୍ୟା କରାଗଲା। ଶୋଭାଯାତ୍ରା ସମୟରେ ହନୁମାନ ଭକ୍ତ ମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ, ପ୍ରଶାସନିକ ସ୍ଥାଣୁତା, ସୂଚନା ତନ୍ତ୍ରର ଅପାରଗତା ଓ ନିଷ୍ଫଳତା ଦର୍ଶାଉଛି । ପୂର୍ବରୁ ଅବଗତ ଥାଇ ମଧ୍ୟ କାର୍ଯ୍ୟକ୍ରମରେ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନିକ କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ର ପ୍ରସଙ୍ଗ ନୁହଁ । ଏହା ଦେଶଦ୍ରୋହ କାର୍ଯ୍ୟକଳାପ ପରିଧିରେ ଆସୁଛି । ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ ନ୍ୟାୟୋଚିତ କଠୋର ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କୁ ଗିରଫ କରାଯାଉ ବୋଲି ନର୍ଲା ସମଗ୍ର ହିନ୍ଦୁ ସମାଜ ଦାବୀ କରିଛି । ହନୁମାନ ଭକ୍ତଙ୍କ ଉପରେ ଏଭଳି ବର୍ବରଚିତ ଆକ୍ରମଣ ଘଟଣାକୁ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ତୀବ୍ର ନିନ୍ଦା କାରାଯିବା ସହ ମହାମହିମ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରି ଏହାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବୀ କରି ନର୍ଲା ସମଗ୍ର ହିନ୍ଦୁ ସମାଜର ବରିଷ୍ଠ ସଦସ୍ୟ ଅଜୟ କୁମାର ନାଏକ, ଗଗନ ସା, ବଦ୍ରୀପ୍ରସାଦ ମିଶ୍ର, କୁମାରମଣି ଶବର, ସାରଥୀ ନାୟକ, ଅନିରୁଦ୍ଧ ପଧାନ, ମନ୍ମୟ ଚାନ୍ଦ, ଟୁକୁଲାଲ ସାହୁ, ପର୍ଶୁରାମ ପଣ୍ଡା, ପ୍ରଦୀପ କୁମାର ନାଏକ ପ୍ରମୁଖ ଏକ ଶୋଭାଯାତ୍ରାରେ ବ୍ଲକ କୁ ଯାଇ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.