ସିଂହାସନରେ ବିଜେ କଲେ ଶ୍ରୀରାମ, ଲକ୍ଷ୍ମଣ, ସୀତା; ଉତ୍ସବ ମୁଖର ବେହେରାପାଟି ଗ୍ରାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ରେ ରହିଥିବା ଦୀର୍ଘ ୬୦ ବର୍ଷ ପୁରାତନ ଶ୍ରୀରାମ ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ତମାମ ପୂଜାପାଠ ଚାଲିଲା । ରାତି ୭.୩୦ ରେ ସିଂହାସନ ରେ ବିଜେ କଲେ ରାମ ଲକ୍ଷ୍ମଣ ଓ ମାତା ସୀତା । ବୀର ହନୁମାନ ଶ୍ରୀରାମଙ୍କ ଆସନ ତଳେ ବିରାଜିତ ହେଲେ । ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ଆନୁକୂଲ୍ୟରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତିର ସଭାପତି କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ ଶନିବାର ଦିନ ୧୧ ଘଣ୍ଟା ସମୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରବିବାର ସକାଳ ୯ ଘଣ୍ଟା ସମୟରୁ ପୂଜନ କାର୍ଯ୍ୟ ଚାଲିଥିଲା । ଦିନ ଗୋଟାଏ ବେଳେ ବିଗ୍ରହ ଦାତା ସ୍ବର୍ଗତ ଶ୍ରୀକିସନ ଅଗ୍ରୱାଲଙ୍କ ସର୍ଗିଗୁଡା ସ୍ଥିତ ବାସ ଭାବନରୁ ଚାରୋଟି ବିଗ୍ରହ ଗୁଡିକୁ ସୁସଜ୍ଜିତ ଗାଡ଼ିରେ ଭବ୍ୟ ପଟୁଆରରେ ଘୁମୁରା ଓ ସଂକୀର୍ତ୍ତନ ର ତାଳେ ତାଳେ ଶୋଭାଯାତ୍ରା ରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ହାତରେ ଶ୍ରୀରାମ, ହନୁମାନ ଅଙ୍କିତ ଝଣ୍ଡା ଧରି ଜୟ ଶ୍ରୀରାମ, ଜୟ ହନୁମାନ ନରଦେଇ ବେହେରାପାଟି ଶ୍ରୀରାମ ମନ୍ଦିରକୁ ଆଣିଥିଲେ । ବେହେରାପାଟି ଗ୍ରାମର ଆରମ୍ଭ ମୁଣ୍ଡରେ ଚାରି ବିରହଙ୍କୁ କର୍ତ୍ତା ଦମ୍ପତି ସିନ୍ଦୁର, ଚନ୍ଦନ, ଧୂପ, ଦୀପ ଦେଇ ବନ୍ଦାପନା କରି ପାଛୋଟି ନେଇଥିଲେ । ବିଗ୍ରହ ମାନଙ୍କୁ ସ୍ନାନ ବେଦୀରେ ରଖି ସ୍ନାନ ମାର୍ଜନା କରାଯିବା ପରେ ହୋମ ଯଜ୍ଞ ପରେ ରାତି ୭ ଟା ବେଳେ ପ୍ରାଣ ପ୍ରତିଷ୍ଠା କରାଯାଇ ବିଗ୍ରହ ମାନଙ୍କୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା । ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର ପୂଜନ କାର୍ଯ୍ୟ ନିର୍ବାହନ କରିଥିଲେ । ବେହେରାପାର୍ଟିର ସଂକୀର୍ତ୍ତନ ମଣ୍ଡଳି ଏଥିରେ ଅଂଶ ଗ୍ରହଣ କରି ସଂକୀର୍ତ୍ତନ ପରିବେଷଣ କରିଥିଲେ ।

Udyog Nursery
Udyogi Nursery

ସମିତିର ବରିଷ୍ଠ ସଦସ୍ୟ ହର ସା, ନୀର୍ମଳ ବଗର୍ତ୍ତି, ଯୋଗେଶ ଅଗ୍ରୱାଲ, ମୃଦଙ୍ଗ ବାଦକ ଲୋଚନ ଗଉଡ, ଭବାନୀ ନାଏକ, ରମେଶ ନାଏକ, ନୀଳମଣି ଭୋଇ, ଥବିର ଭୋଇ, ତୁଳାମଣି ମାହାର, ଧନଞ୍ଜୟ ସା, ନାରାୟଣ ପଣ୍ଡା, ନିଧି ବାଗ, ଚନ୍ଦ୍ରକାନ୍ତ ମାହାର, କୁଞ୍ଜବିହାରୀ କରୁଆଁ ପ୍ରମୁଖ ଏଥିରେ ସାମିଲ ହୋଇଥିବା ବେଳେ ମହିଳା ଭକ୍ତ ମାନଙ୍କ ମଧ୍ୟରେ ଉଷା ଅଗ୍ରୱାଲ, ମୈନା ଅଗ୍ରୱାଲ, ସୁନୀତା ଅଗ୍ରୱାଲ, ନୀଳାଦ୍ରୀ ଅଗ୍ରୱାଲ, ମୀରା ଜୈନ, ଆରତୀ ଅଗ୍ରୱାଲ, ସ୍ନେହା ଅଗ୍ରୱାଲ, କୁମାରୀ ନାଏକ, ଯଶୋବନ୍ତୀ ବଗର୍ତ୍ତି, ପାର୍ବତୀ ନାଏକ, ଗୀତା ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଭକ୍ତ ଏଥିରେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ବେହେରାପାଟି ଶ୍ରୀରାମ ମନ୍ଦିର ଦୀର୍ଘ ୬୦ ବର୍ଷ ଧରି ବେହେରାପାଟିରେ ରହିଥିବା ବେଳେ ଏଠାରେ ଶ୍ରୀରାମଙ୍କ ବିଗ୍ରହ ନଥିଲା । କେବଳ ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ଫଟୋକୁ ପୂଜା କରାଯାଉଥିଲା । ଏବେ ଚାରି ବିଗ୍ରହ ପୂଜା ପାଇବେ । ବେହେରାପାଟି ଶ୍ରୀରାମ ମନ୍ଦିରର ପୂଜକ ରେବତୀ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦମ୍ପତି ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ପୂଜନ କାର୍ଯ୍ୟ ନିର୍ବାହନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.