ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ପ୍ରତିଷ୍ଠିତ ବ୍ୟବସାୟୀ କେ. ମୋହନ ରାଓଙ୍କ ଏକମାତ୍ର ପୂତ୍ର କେ.ବମସି କିଷନ (୩୭)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ବିଶାଖାପାଟାଣାସ୍ଥିତ ଘରୋଇ ଚିକିତ୍ସାଳୟରେ ଶ୍ରୀ ବମସିଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳେ ବାପା କେ ମୋହନ ରାଓ, ମାଁ, ଦୁଇ ଭୋଉଣୀ ଜ୍ୱାଇଁଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଖବର ପ୍ରଚାର ପରେ ରାୟଗଡ ସହରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବମସି ଖୁବକମ ଦିନରେ ସହରର ଜଣେ କ୍ଷାତି ସମ୍ପନ୍ନ ଯୁବ ବ୍ୟବସାୟୀ ଭାବେ ପ୍ରତି । ଲାଭ କରିଛନ୍ତି । ସହରରେ ଥିବା ହୋଟେଲ ବମସି କ୍ରିର୍ଷ୍ଣ, ବମସି ଫନକସ୍ନ ହଲ, ଆରଆଇଟିଏମ ଓ ଭିଆଇଏମଏସ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ପରିଚିତ ଥିଲେ । ସ୍ୱର୍ଗତ ବମସିଙ୍କ ମୃତ୍ୟୁ ଖବର ପ୍ରଘଟ ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଗତ କିଛିମାସ ହେଲା ବମସିଙ୍କ ଦେହ ଅସୁସ୍ଥ ରହିଥିବାବେଳେ ସେ ଚିକିତ୍ସିତ ହୋଉଥିଲେ । ଗତ ଦୁଇଦିନ ପୂର୍ବେ ବିଶାଖାପାଟଣାକୁ ଯାଇଥିବା ସମୟରେ ସେଠାରେ ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆୟୁସ୍ମାନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ତାଙ୍କ ମର ଶୀରରକୁ ସ୍ଥାନୀୟ ନ୍ୟୁ କଲୋନୀସ୍ଥିତ ବାସଭବକୁ ଆଣାଯାଇ ସହର ଉପଖଣ୍ଡ ଶିରିକଣା ସ୍ଥିତ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।