ରାୟଗଡ,୬/୫ : ରାୟଗଡ ଜିଲ୍ଳା ଥେରୁବାଲି ଚିନ୍ମୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷ ସିିବିଏସଇ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ପରୀକ୍ଷାରେ ପିଲାଙ୍କ ପାସ ହାର ଶତକଡା ୯୭ ପ୍ରତିଶତ ରହିଥିବା ବେଳେ ୫ ଜଣ ଛାତ୍ର ଶତକଡା ୯୦ ପ୍ରତିଶତ, ୩ଜଣ ଶତକଡା ୮୦ ପ୍ରତିଶତ ଓ ୧୦ଜଣ ଶତକଡା ୭୦ପ୍ରତିଶତ ଉପରେ ମାର୍କ ରଖିଛନ୍ତି । କୁମାରୀ ଶ୍ରୀୟାଂଶି ସାହୁ ଶତକଡା ୯୭.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ବିଶ୍ୱଜିତ୍ ସାହୁ ଶତକଡା ୯୬.୬ ପ୍ରତିଶତ ରଖି ଦ୍ୱିତୀୟ ଓ ଅଙ୍କିତ ମିଶ୍ର ଶତକଡା ୯୪.୮ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ଏସବିଏସଇ +୨ ପରୀକ୍ଷାରେ ମୋଟ ୨୬ଜଣ ପରୀକ୍ଷା ଦେଇଥିବା ବେଳେ ଅଙ୍କିତ କୁମାର ସେଠୀ ଶତକଡା ୮୧ପ୍ରତିଶତ ରଖି ସ୍କୁଲ ଟପ୍ପର ହେବାର ସୈାଭାଗ୍ୟ ଅର୍ଜନ କରିିଛନ୍ତି । ବିଦ୍ୟାଳୟର କାରଣ କୁମାର ସାହୁ ୮୦ପ୍ରତିଶତ ୨ୟ ଓ ରେତୁପୂର୍ଣ୍ଣା ପରିଡା ଶତକଡା ୭୮.୪ ପ୍ରତିଶତ ମାର୍କ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପିଲାମାନଙ୍କ ଏହି କୃତିତ୍ୱରେ ବିଦ୍ୟାଳୟ ପରିଚାଳନା ସମିତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିବା ବେଳେ ଥେରୁବାଲି ଇମ୍ଫା କମ୍ପାନୀର ଉପସଭାପତି କେ.ଭି.ରାଓ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇