ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମନି ଲଣ୍ଡରିଂ ମାମଲାରେ ଗିରଫ

ଓଡ଼ିଆ ବାର୍ତ୍ତା/ କୋଲକାତା: ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ଯିଏକି ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ପଶ୍ଚିମବଙ୍ଗର ଏକ ପ୍ରାଥମିକ ସ୍କୁଲରେ ନିୟୋଜିତ ଅଛନ୍ତି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା। ଏହାର ୮ ମାସ ପରେ ତାଙ୍କ ଝିଅକୁ ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଯାହା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ ହୋଇଛି। ଇଡି ଗୋ ଚାଲାଣ ମାମଲାରେ ସୁକନ୍ୟା ମଣ୍ଡଳକୁ ପଚରାଉଚରା କରିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି। ଇଡି ସୁକନ୍ୟା ମଣ୍ଡଳଙ୍କୁ ସମନ୍ କରିଥିଲା। ଏହି ସମୟରେ ତାଙ୍କର ବେଆଇନ୍ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଜେରା କରିଥିଲା। ଏହାପୂର୍ବରୁ ମଧ୍ୟ ତାଙ୍କୁ ସିବିଆଇ ଅନେକ ଥର ସମନ୍ କରିଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ମାର୍ଚ୍ଚ ୧୫ ରେ ତାଙ୍କୁ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ଡକାଯାଇଥିଲା, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ହାଜର ହେବାକୁ ତାଙ୍କର ଅକ୍ଷମତା ବିଷୟରେ ସେ ପ୍ରତ୍ୟେକ ଥର ଇଡିଙ୍କୁ କହିଥିଲେ। ଗତ ବର୍ଷ ଅଗଷ୍ଟରେ ସମାନ ମାମଲା ସହ ଜଡିତ ଏକ ଦୁର୍ନୀତି ମାମଲାରେ ଟିଏମସିର ବୀରଭୂମ ଜିଲ୍ଲା ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯାଇଥିଲା। ଏହା ପରେ, ଗତବର୍ଷ ନଭେମ୍ବର ୧୭ରେ ଗୋ ଚାଲାଣ ମାମଲାରେ ଇଡି ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଥିଲା।ଗୋରୁ ଚୋରା ଚାଲାଣ ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଅନୁବ୍ରତ ମଣ୍ଡଳଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ମନୀଷ କୋଥାରୀଙ୍କୁ ଗିରଫ କରିଥିଲା। ଗୋ ଚାଲାଣ ମାମଲାରେ ମାଷ୍ଟରମାଇଣ୍ଡ ଏନାମୁଲ ହକ ଏବଂ ଅନୁବ୍ରତ ମଣ୍ଡଳଙ୍କ ଅଙ୍ଗରକ୍ଷୀ ସେହଗଲ ହୁସେନ୍ ମଧ୍ୟ ଜେଲରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ସିବିଆଇ ଓ ଇଡି ସକ୍ରିୟ ରହିଛନ୍ତି। ନିକଟରେ ଏକ ପୌରପାଳିକାରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷକ ନିଯୁକ୍ତି ଘୋଟାଲା ଏବଂ ଅନ୍ୟାନ୍ୟା ମାମଲାରେ ସିବିଆଇ ଓ ଇଡି ସକ୍ରିୟ ହୋଇ ତଦନ୍ତ କରୁଛି। ଯାହାକୁ ନେଇ କେନ୍ଦ୍ରର ମୋଦୀ ସରକାର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ବିବାଦ ତେଜିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.