ମହାରାଷ୍ଟ୍ରରେ ପୁଣି ଏମଭିଏ ସରକାର!

ଓଡ଼ିଆ ବାର୍ତ୍ତା/ ମୁମ୍ବଇ: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି।

Omkar Vasthu
Omkar Vasthu

ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ ବିଧାୟକଙ୍କୁ ନେଇ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ପର୍ଯ୍ୟନ୍ତ କିଛି ଘଟି ନାହିଁ। ଏପରିକି ଅଜିତ ଏ ପ୍ରସଙ୍ଗରେ ବିଜେପିର ଶୀର୍ଷ ନେତୃତ୍ୱ ସହ କଥା ହୋଇ ରୂପ ଦେବାକୁ ଚାହୁଁଥିବା ବେଳେ କଥାଟା ଲିକ ହୋଇଗଲା ବୋଲି ଆଲୋଚନା ହେଉଛି।

Pearl dental clinic
Near Ashish Medical Store, Bhawanipatna

ସେପଟେ ଶିବସେନା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଏ ସବୁକୁ ରୂପ ଦେବାକୁ ଯୋଜନା ହୋଇଥିବା କୁହାଯାଉଥିଲା। କିନ୍ତୁ ଏ ଯାଏ କିଛି ହୋଇପାରିନି। ସେପଟେ ପୂର୍ବରୁ ଏନସିପି ସାଂସଦ ସୁପ୍ରିୟା ସୁଲେ ମହାରାଷ୍ଟ୍ରରେ ବଡ଼ ରାଜନୈତିକ ବିସ୍ଫୋରଣ ହେବ ବୋଲି କହିଥିଲେ।

Udyog Nursery
Udyogi Nursery

ଏ ସମ୍ପର୍କରେ ଉଦ୍ଧବ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ ରାଜ୍ୟ ସରକାର ଭୁଶୁଡ଼ିବ ଓ ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି କହିଛନ୍ତି। ଏପରିକି ଯଦି ସାଧାରଣ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହୁଏ ତାହେଲେ ମହାବିକାଶ ଅଘାଡ଼ି ମେଣ୍ଟ ୧୮୦ ରୁ ୧୮୫ ଟି ଆସନ ଜିତିବ। ସେହିପରି ଲୋକସଭା ନିର୍ବାଚନରେ ମେଣ୍ଟ ୪୦ଟି ଆସନ ଦଖଲ କରିବ ବୋଲି ସଞ୍ଜୟ କହିଛନ୍ତି।

ଏପରିକି ଏମଭିଏ ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଛି। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ମିଳିତ ଭାବେ ଏମଭିଏ ଲଢ଼ିବ ବୋଲି କୁହାଯାଉଛି।

ଏପରିକି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ତାଙ୍କ ଠାରୁ ଜୁନିୟର ଏକନାଥ ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବସାଦ ମଧ୍ୟରେ ରହିଛନ୍ତି ବୋଲି କହିଛନ୍ତି ସାଂସଦ ସଞ୍ଜୟ ରାଉତ। ଏଥିପାଇଁ ଫଡନାଭିସଙ୍କ ମାନସିକ ଅବସ୍ଥା ଆଦୌ ଭଲ ନ ଥିବା ସେ କହିଛନ୍ତି।

ତେଣୁ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ରାଜନୈତିକ ବୟାନବାଜି ଜୋର ଧରିଛି। ସେପଟେ ମହାରାଷ୍ଟ୍ରରେ ଭିତିରିଆ କିଛି ନୂଆ ସମିକରଣ ପାଇଁ ଉଦ୍ୟମ ହେଉଥିବା କୁହାଯାଉଛି। ଆଗକୁ ନିର୍ବାଚନ ଥିବାରୁ ମହାରାଷ୍ଟ୍ରରେ ଶାସନ କ୍ଷମତାରେ ରହିବା ଅତ୍ୟନ୍ତ ଗୁରୁତ୍ୱ ରଖୁଛି। ତେଣୁ ସେଥିପାଇଁ ଲଢେଇ ତୀବ୍ର ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.