କୋକସରା ପେନସନ ଗ୍ରାହୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ୍ ଗ୍ରାହୀ ସଂଘ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ ପେନସନଗ୍ରାହୀ ସଂଘର ସଭାପତି ତ୍ରିନାଥ ଠାକୁରଙ୍କ ନେତୃତ୍ବରେ ସଂଘର କର୍ମକର୍ତ୍ତା ମାନେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ଅନୁପସ୍ଥିତିରେ ଉପ ବିଭାଗ ଅଧିକାରୀ ତଥା ବ୍ଳକ ହିସାବ ରକ୍ଷକ ଅଚ୍ୟୁତାନନ୍ଦ ନାଗଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପତ୍ରରେ ମାସିକ ଚିକିତ୍ସା ଭତ୍ତା, ୭ମ ବେତନ କମିଶନଙ୍କ ସୁପାରିଶ ଭିତ୍ତିରେ ଅନୁରୂପ ପେ ମାଟ୍ରିକ ଆଧାରରେ ପେନସନ ନିର୍ଦ୍ଧାରଣ ଅସଂଗତି ଦୂର କରିବା, ପେନସନ ଧାରୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ପ୍ରଦାନ, ଅତିରିକ୍ତ ପେନସନ ଅନ୍ୟ ରାଜ୍ୟ ଭଳି ୬୫ ବର୍ଷରୁ ଲାଗୁ କରିବା, ମୋ’ ବସ ଭଳି ଅନ୍ୟ ବରିଷ୍ଠ ନାଗରିକଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବା ଆଦି ଦାବି ଗୁଡ଼ିକ ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ମନୀକେତନ ପ୍ରଧାନୀ, ଜୟରାମ ନାଏକ, କେଶବ ଚନ୍ଦ୍ର ନାଏକ, ଅଶୋକ କୁମାର ମାଝୀ, କୀର୍ତ୍ତନ ଶବର, ବୁଟୁନାଥ ସରାବୁ, ରଶିକ ଲାଲ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.