ସାଂସଦ ସପ୍ତଗିରିଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି: ସ୍ୱାସ୍ଥ୍ୟ ସେବା ପାଇଁ ୩୦୨କୋଟିରୁ ଉର୍ଦ୍ଧ ଟଙ୍କା ଅନୁମୋଦନ

କୋରାପୁଟ ଓ ରାୟଗଡା ଜିଲ୍ଳାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତ ତଥା ଅଧିକ ଦକ୍ଷତା ସୁନିଶ୍ଚିତ ହେବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କୋରାପୁଟ ଲୋକସଭା ସଂସଦୀୟ ନିର୍ବାଚନୀ ମଣ୍ଡଳିର କୋରାପୁଟ ଓ ରାୟଗଡା ଜିଲ୍ଳାର ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ତଥା ଅଧିକ ଦକ୍ଷତାର ସୁନିଶ୍ଚିତ କରିବା ପାଇଁ ସଂସଦରେ ଲୋକସଭା ସାଂସଦ ସପ୍ତଗିରି ଉଲାକା ବିଭିନ୍ନ ସମୟରେ ଦାବି ଉପସ୍ଥାପନା କରି ଆସୁଥିଲେ । ଯାହାର ସୁଫଳ ଏବେ ଦେଖିବାକୁ ମିଳିଛି । ସାଂସଦ ଶ୍ରୀ ଉଲାକାଙ୍କ ଦାବିକୁ ଆଗ୍ରାହ୍ୟ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ କୋରାପୁଟ ସଂସଦୀୟ ନିର୍ବାଚନ ମଣ୍ଡଳିର କୋରାପୁଟ ଓ ରାୟଗଡା ଜିଲ୍ଳାରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତିଭୂମି ମିଶନ , ପଂଚଦଶ ଅର୍ଥ କମିଶନ ଆର୍ଥିକ ବର୍ଷ ୨୦୨୧-୨୨ ଏବଂ ୨୦୨୨-୨୩ ସ୍ୱାସ୍ଥ୍ୟ ଗ୍ରାଂଟ ଦ୍ୱାରା ପାଖାପାଖି ୩୦୨୦୩.୪୪ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡାଭିୟା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏଥିରେ କୋରାପୁଟ ଜିଲ୍ଳାକୁ ୧୮୮୯୧.୧୦ ଲକ୍ଷ ଏବଂ ରାୟଗଡା ଜିଲ୍ଳା ପାଇଁ ୧୧୩୧୨.୩୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଉଲ୍ଳେଖ ରହିଛି । ଏହି ଅନୁଦାଦ ଅନୁମୋଦନ ସହ ପିଏମ-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧିନରେ କୋରାପୁଟ ଜିଲ୍ଳାରେ ଏକ କ୍ରିଟିକାଲ୍ କେୟାର ହସ୍ପିଟାଲ ବ୍ଳକ (ସିସିବି) ଅର୍ନ୍ତଭୁକ୍ତ ରହିଛି । ଏଥିରେ ଜିଲ୍ଳା ଡାକ୍ତରଖାନା ତଥା ସରକାରୀ ମେଡିକଲ କଲେଜରେ ସଂକ୍ରାମକ ରୋଗ କିମ୍ବା ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ତଥା ପରିଚାଳନା ପାଇଁ ଜିଲ୍ଳାରେ କ୍ଷମତା ବୃଦ୍ଧି ପାଇଁ ସିସିବି କାର୍ଯ୍ୟକାରୀ ହେବ । ମହାମାରୀ ସମୟରେ ସଂକ୍ରାମକ ରୋଗର ସ୍ୱିକେଲରୁ ଗୁରୁତର ଯତ୍ନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ପରିଚାଳନା କରିବା ପାଇଁ ଏହି ସିସିବିଏସ କ୍ଷମତା ଯୋଗାଇବା ଏବଂ ଜରୁୁରୀକାଳନୀ ପରିସ୍ଥିତି ସମେତ ଅନ୍ୟ ସ୍ୱାସ୍ଥ୍ୟବସ୍ଥା ଓ ଗୁରୁତର ଚିକିତ୍ସାର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଚିଠିରେ ଉଲ୍ଳେଖ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାଣ୍ଡିଭିୟାଙ୍କ ଠାରୁ ଏହି ଚିଠି ପାଇବା ପରେ ସାଂସଦ ଶ୍ରୀ ଉଲାକା ନିଜ ସଂସଦୀୟ ନିର୍ବାଚନୀ ମଣ୍ଡଳିର ନାଗରିକଙ୍କୁ ଅଧିକ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ,ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଗୁଡିକୁ ସେମାନଙ୍କର ଜନସ୍ୱାସ୍ଥ୍ୟ ବିତରଣ ବ୍ୟବସ୍ଥା/ଭିତିଭୂମିକୁ ମଜବୁତ କରିବା ଦିଗରେ ସହାୟତା ପ୍ରଦାନ କରି ଆସୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.