ରିଜର୍ଭ ଗଣନାକାରୀ ଓ ସୂପରଭାଇଜରଙ୍କ ତାଲିମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ସଦଭାବନା ଗୃହ ଠାରେ ପଛୁଆବର୍ଗ ଲୋକଙ୍କ ଗଣନା ନିମନ୍ତେ ରିଜର୍ଭ ଗଣନାକାରୀ ଓ ସୂପରଭାଇଜରଙ୍କ ତାଲିମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦେଇ ସର୍ଭେର ଉଦ୍ଦ୍ୟେଶ, ଗଣନାକାରୀଙ୍କ ଭୂମିକା ଓ ଦାଇତ୍ଵ ବିଷୟରେ ଆଲୋଚନା କରିଥିଲେ । ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା ଓ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ପାୱାର ପଏଣ୍ଟ ମାଧ୍ଯମରେ ତାଲିମ ପ୍ରଦାନ କରିଥିଲେ । ମଙ୍ଗଳ ବିଭାଗ ଓ ଗଣଶିକ୍ଷା ବିଭାଗର ମୋଟ ବାସଠି ଜଣ ଶିକ୍ଷକ ଓ ଛଅ ଜଣ ସିଆରସିସି ଏହି ତାଲିମ ଗ୍ରହଣ କରିଥିଲେ । ଆସନ୍ତା ମେ ମାସ ଏକ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ସର୍ଭେ ନିମନ୍ତେ ରାୟଗଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ବ୍ୟାନର, ପୋଷ୍ଟର ଓ ମାଇକ ଜରିଆରେ ଆବଶ୍ୟକ ଜନସଚେତନତା ସୃଷ୍ଟି କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.