କୋକସରାରେ ଭାରତ ବନ୍ଦ ର ପ୍ରଭାବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାରା ଭାରତରେ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଚୌଧୁରୀ ବିକାଶ ପଟେଲଙ୍କ ଆହ୍ୱାନ କ୍ରମେ ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ରାଷ୍ଟ୍ରୀୟ ପଛୁଆ ବ୍ଲକ ମୋର୍ଚ୍ଚା କୋକସରା ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡ଼କିଆଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ସମର୍ଥନରେ ବ୍ୟାପକ ଭାବରେ ବନ୍ଦ ପ୍ରଭାବ ପଡିଛି। ଓବିସି ଜନଗଣନା, ଚାକିରୀ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ, ଇଭିମ ହଟାଓ, ବେସରକାରୀ କ୍ଷେତ୍ରରେ ଏସଟି ଏସସି ଓବିସିଙ୍କ ପାଇଁ ସଂରକ୍ଷଣ, ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା, ଏସଟି ଏସସି ଛାତ୍ର ଛାତ୍ରୀଙ୍କୁ ସ୍କୋଲାରସିପ ପ୍ରଦାନ କରିବା ଭଳି ନଅ ଗୋଟି ଦାବୀ ରହିଛି। ଏହି ବନ୍ଦ ପାଳନ ସମୟରେ ଚିତ୍ତରଞ୍ଜନ ଯାଦବ, ଜୟହରି ପଟେଲ, ବଣକୁ ଖର୍ସେଲ, କଳ୍ପେ ନାଏକ, ହେଜମନ ନିଆଲ, କୁଞ୍ଜ ସୋରି, ଲିଙ୍ଗରାଜ ବେହେରା, ଗୋପାଳ ଧ. ମାଝୀ, ବେଣୁପାଣି ଦୁର୍ଗା, ସୂର୍ଯ୍ୟକେତୁ ଶବର, ରୁକଚନ ଦଳପତି, ପର୍ଶୁରାମ ଶବର, ଡମ୍ବରୁ ଶବର, ମନିଜୋର ପୋଡ଼ ପ୍ରମୁଖ ସାମିଲ ହୋଇଥିଲେ। ଏହି ବନ୍ଦ ପାଳନ ପ୍ରଭାବରେ ଭବାନୀପାଟଣା – ଜୟପୁର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.