ପ୍ରଧାନମନ୍ତ୍ରୀଙ୍କ ଗାଡି ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଏକ ବଡ଼ ତ୍ରୁଟି। କର୍ଣ୍ଣାଟକର ମହୀଶୂରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମୋବାଇଲଫୋନ୍ ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମହୀଶୂରରେ ରୋଡ୍ ଶୋ କରୁଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରଧାନମନ୍ତ୍ରୀ ହାତ ହଲାଇ ସମର୍ଥକଙ୍କୁ ଅଭିବାଦନ ଜଣାଉଛନ୍ତି। ଏହି ସମୟରେ ଗୋଟିଏ ସାଇଡରୁ ଏକ ମୋବାଇଲ ଆସି ମୋଦୀଙ୍କ କାର ଆଗରେ ପଡୁଛି। ତେବେ ମୋବାଇଲ ଦ୍ୱାରା ପ୍ରଧାନମନ୍ତ୍ରୀ କୌଣସି ଆଘାତ ପାଇନାହାନ୍ତି। କୁହାଯାଉଛି ଯେ ମୋବାଇଲ୍ ଫୋନ୍ ପ୍ରଧାନମନ୍ତ୍ରୀଙ୍କ ଗାଡି ଉପରେ ପଡିଛି। କିଛି ମହିଳା ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ରେକର୍ଡିଂ କରୁଥିବାବେଳେ ତାଙ୍କ ମୋବାଇଲ୍ ଭୁଲରେ ପଡିଯାଇଥିଲା। ମୋବାଇଲଟି ମୋଦୀଙ୍କ ସ୍ୱତନ୍ତ୍ର ଭାବେ ନିର୍ମିତ ଯାନର ବୋନେଟ ଉପରେ ପଡ଼ିଥିଲା। ପୋଲିସର ସୂଚନାନୁସାରେ, ଏହି ଫୋନ୍ ନିଜେ ବିଜେପିର ଜଣେ ମହିଳା କର୍ମୀଙ୍କର ଥିଲା। ସେ ଭିଡ ଭିତରେ ଫୁଲ ପକାଇବା ଜାଗାରେ ତାଙ୍କ ହାତରୁ ମୋବାଇଲ ଖସି ଯାଇଥିଲା। ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୋଲିସ ସଂପୃକ୍ତ ମହିଳାଙ୍କୁ ପଚରାଉଚରା କରିବା ପରେ ଜଣାପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଏସପିଜି ଯବାନଙ୍କ ସୁରକ୍ଷା କଭରରେ ରହିଛି। ଏସପିଜି ମୋବାଇଲଟିକୁ ପୋଲିସକୁ ଫେରସ୍ତ କରିଛି। ନିକଟରେ ଆଉ ଏକ ସ୍ଥାନରେ ମୋଦୀ ଚାଲି ଚାଲି ଲୋକଙ୍କୁ ଅଭିବାଦନ ଜଣାଇବା ବେଳେ ମଧ୍ୟ ତାଙ୍କ ଆଗରେ ଜଣଙ୍କ ମୋବାଇଲ ପଡିଥିଲା। ପରେ ଏସପିଜି ଯବାନ ସଂପୃକ୍ତ ମୋବାଇଲକୁ ଉଦ୍ଧାର କରି ଫେରସ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.