ପ୍ରଧାନମନ୍ତ୍ରୀ କହିଲେ ଇସ୍ତଫା ଦେବାକୁ ରାଜି -ବ୍ରିଜଭୂଷଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସପ୍ତାହେ ଧରି ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ବିରୋଧୀ ବିଜେପି ସାଂସଦଙ୍କ ଇସ୍ତଫା ଦାବି କରିବା ସହ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।ତେବେ ବ୍ରିଜଭୂଷଣ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି। ସେ ନିର୍ଦ୍ଦୋଷ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି।ଇସ୍ତଫା ଦେବା ପ୍ରସଙ୍ଗରେ ଡବ୍ଲୁଏଫ୍ଆଇ ମୁଖ୍ୟ କହିଛନ୍ତି ଯେ ମୁଁ ଇସ୍ତଫା ଦେଉ ନାହିଁ କାରଣ ଯେଉଁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି ତାହାର ସତ୍ୟତା ନାହିଁ। ଏବଂ ଯେତେବେଳେ ସତ୍ୟତା ନାହିଁ ସେ କାହିଁକି ଇସ୍ତଫା ଦେବେ ବୋଲି ପଚାରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି ସେମାନେ କେବେ ଇସ୍ତଫା ମାଗି ନାହାଁନ୍ତି। ତାଙ୍କର ବିବୃତ୍ତି କ୍ରମାଗତ ଭାବରେ ବଦଳୁଛି। ଏହା ପଛରେ ଷଡଯନ୍ତ୍ର ଥିବା ସେ କହିଛନ୍ତି। ଏଥିପାଇଁ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦିପେନ୍ଦ୍ରର ହୁଡାଙ୍କ ସହ ଏକ ବଡ ଶିଳ୍ପପତି ମଧ୍ୟ ଏଥିରେ ଜଡିତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ଅଛି, ତେବେ ସେମାନେ ଦେଖାନ୍ତୁ ଦେଲେ ସେ ଇସ୍ତଫା ଦେବେ। ନହେଲେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁହନ୍ତି, ତାହେଲେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଅମିତ ଶାହା, ଜେପି ନଡ୍ଡା କହିଲେ ମଧ୍ୟ ସେ ଇସ୍ତଫା ଦେବେ ବୋଲି ପ୍ରସ୍ତୁତ ଥିବା କହିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.