ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଅବକାଶକାଳୀନ ଗୃହକାର୍ଯ୍ୟ ସହାୟତା କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରୀଷ୍ମ ଅବକାଶ ସମୟରେ ଶିକ୍ଷାର୍ଥୀଙ୍କ ପାଠପଢ଼ା ଗୃହକାର୍ଯ୍ୟ ସମ୍ବନ୍ଧିତ ସ୍ପଷ୍ଟୀକରଣ ନିମନ୍ତେ କଳାହାଣ୍ଡି ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଦେୟମୁକ୍ତ (ଟୋଲ ଫ୍ରି) ନଂ ୧୮୦୦-୩୪୫-୭୯୮୨ ଜାରି କରାଯାଇଛି। ଅବକାଶ ସମୟରେ ଶିକ୍ଷାର୍ଥୀମାନେ ଆନନ୍ଦରେ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପଦକ୍ଷେପ ସ୍ୱରୂପ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ଓ କୌଶଳର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟିରେ ଗୃହରେ ସମ୍ପାଦିତ ପାଠ୍ୟକ୍ରମ ଗୃହକାର୍ଯ୍ୟ ଭାବେ ସେମାନଙ୍କୁ ପ୍ରଦାନ କାରାଯିବ। ଯାହାଫଳରେ ଶିକ୍ଷାର୍ଥୀମାନେ ଖୁସିରେ ଅବସର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ମୌଳିକ ଧାରଣାଗୁଡିକୁ ଶିଖି ପାରିବେ। ଏହି ଗୃହକାର୍ଯ୍ୟ କରିବା ଦ୍ୱାରା ଶିକ୍ଷାର୍ଥୀମାନେ ପୂର୍ବ ଶ୍ରେଣୀର ଧାରଣାଗୁଡିକୁ ଦୃଢ଼ କରିପାରିବେ, ଯାହାକି ଗ୍ରୀଷ୍ମଛୁଟି ପରେ ନୂତନ ଶ୍ରେଣୀର ପାଠକୁ ଶିଖିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସୂଚନା ପ୍ରଦାନ କରିବା ସହ ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମର ସୁଯୋଗ ନେବାପାଇଁ ଛାତ୍ରଛାତ୍ରୀଙ୍କ ସମେତ ଉଭୟ ଶିକ୍ଷକ ଓ ଅଭିଭାବକମାନେ ତତ୍ପରତା ଦେଖାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଉକ୍ତ ପାଠ୍ୟକ୍ରମ ସମ୍ବନ୍ଧିତ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ ୧୪ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ମଇ ୧ ତାରିଖଠାରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନମାନଙ୍କରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ସମୟ ମଧ୍ୟରେ ଏହି ୧୪ଜଣିଆ ଶିକ୍ଷକ ମଣ୍ଡଳୀକୁ ଦେୟମୁକ୍ତ (ଟୋଲ ଫ୍ରି) ଦୂରଭାଷ ନଂ-୧୮୦୦-୩୪୫-୭୯୮୨ ମାଧ୍ୟମରେ ଯୋଗାଯୋଗ କରାଯାଇ ପାରିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି। ନିର୍ଦ୍ଦେଶ ମୁତାବକଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ସଠିକ ପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ଓ ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଦୁଷ୍ମନ୍ତ ପାଢ଼ୀ ନିୟୋଜିତ ହୋଇଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସାଧୁଶରନ୍ ପ୍ରସାଦ, ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, ଟଙ୍କଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.