ଦୀର୍ଘ ଦିନପରେ ଗୋଲାମୁଣ୍ଡା ବ୍ଲକକୁ ଲେଉଟିଲା କରୋନା, ଦୁଇ ପଜିଟିଭ ଚିହ୍ନଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଦୀର୍ଘ ଦିନପରେ ଗୋଲାମୁଣ୍ଡା ବ୍ଳକରେ କରୋନା ପଜିଟିଭ ବହାରାଇଛି । କରୋନାର ଭୟବାହିତା ଲୋକେ ଧୀରେ ଧୀରେ ଭୁଲିବାକୁ ଲାଗିଥିବା ବେଳେ ପୁଣି ଥରେ ବ୍ଲକର ଲୋକଙ୍କ ମନରେ କରୋନା ସଜାଗ ହୋଇ ଉଠିଛି । ଆଜି ବ୍ଳକର ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଧାମନପୁର ଗ୍ରାମପଞ୍ଚାୟତର ଦୁଇ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିବା ବେଳେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖା ଦେଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ପରୀକ୍ଷା ପରେ ଉକ୍ତ ଦୁଇ ଜଣ ପଜିଟିଭ ଜଣା ପଡିବା ପରେ ଡାକ୍ତରଖାନା ପକ୍ଷରୁ ମାଗଣରେ ଔଷଧ ପ୍ରଦାନ କରିବା ସହିତ ନିଜ ଘରକୁ ଯାଇ ସାମାଜିକ ଦୂରତା ଅବଲମ୍ବନ କରି ସଂଗରୋଧ ହୋଇ ରହିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଅପର ପକ୍ଷରେ ଏଥିପାଇଁ ଲୋକେ ଭୟଭୀତ ନହୋଇ କୋଭିଡ ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଖାନାକୁ ଆସି କୋଭିଡ ପରୀକ୍ଷା କରାଇ ପଜିଟିଭ ଥିଲେ ଔଷଧ ନେବାକୁ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.