ସାହିତ୍ୟିକ କବି ବନ୍ଧୁ ପରିବାରର ମାସିକ ଗଳ୍ପ ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର” ଆନୁକୂଲ୍ୟରେ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ ମାସିକ ଗଳ୍ପ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପିନ ବିହାରୀ ବାରିକଙ୍କ ସଭାପତିତ୍ବରେ ଗଳ୍ପ ଆସର ଅନୁଷ୍ଠିତ ହୋଇଥିଲା । ଅତି ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ସଭାପତି ଗଳ୍ପ ଆସରକୁ ଆରମ୍ଭ କରିଥିଲେ । ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ମୁଖ୍ୟ ଅତିଥି ପ୍ରାବନ୍ଧିକ ତଥା ପୂର୍ବତନ ସ୍ବତନ୍ତ୍ର ସଚିବ  ବାବାଜୀ ଚରଣ ଦାସ । ଶ୍ରୀଯୁକ୍ତ ଦାସ ଏକାଧାରରେ ଜଣେ କବି, ସୁସାହିତ୍ୟିକ, ଗାଳ୍ପିକ ଓ ପ୍ରାବନ୍ଧିକ ତଥା ଲେଖକ । ବକ୍ତବ୍ୟ ସମୟରେ ଭାବବିହ୍ବଳ ହୋଇ ଅନେକ ଅନୁଭୂତି ବାଣ୍ଟିବା ସହ ଫକୀରମୋହନଙ୍କ ଲଛମନିଆ ଗଳ୍ପ ଯାହା୧୮୬୮ ମସିହାରେ ଲେଖା ହୋଇଥିଲା, ଯଦି ପ୍ରକାଶ ପାଏ ତ ତେବେ ଏହା ହେବ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ବୋଲି କହିଥିଲେ । ନିଜର ବକ୍ତବ୍ୟ ପରେ ଖୁବ୍ ଆଗ୍ରହର ସହିତ ଦୀର୍ଘ ଦୁଇଘଣ୍ଟା ଉପସ୍ଥିତ ରହି ପନ୍ଦରଟି ଗଳ୍ପ ଶ୍ରବଣ ପୂର୍ବକ ତା’ର ସମୀକ୍ଷାତ୍ମକ ମତାମତ ମାଧ୍ୟମରେ ଗାଳ୍ପିକ ମାନଙ୍କର ମନୋବଳ ବଢାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତିଙ୍କ ପରିଚାଳନାରେ ଗଳ୍ପ ପାଠ ହୋଇଥିଲା । ବିପିନ ବିହାରୀ ବାରିକ ବାଲେଶ୍ବର, ସ୍ନିଗ୍ଧା ସାମନ୍ତରାୟ ବାଲେଶ୍ଵର, ହୃଦୟ ରଞ୍ଜନ ପରିଡ଼ା ଯାଜପୁର, ପ୍ରଶାନ୍ତ କୁମାର ରାଉଳ ବାଲେଶ୍ଵର, ବିନୋଦିନୀ ଦାଶ ଯାଜପୁର, କଳ୍ପନା ମିଶ୍ର ବାଲେଶ୍ଵର, ଅରୁଣ ମହାପାତ୍ର ତେଲେଙ୍ଗାନା, ସ୍ନେହ ମିଶ୍ର ମୁମ୍ବାଇ, ରୀତା ଅପରାଜିତା ମହାନ୍ତି ଭୁବନେଶ୍ୱର, ଅର୍ଜୁନ କୁମାର ସାମଲ ଜଗତସିଂହପୁର, ପ୍ରତିମା ଶତପଥୀ ଯାଜପୁର, ରାମନାରାୟଣ ଶର୍ମା କେନ୍ଦୁଝର, ରତିନାରାୟଣ ରାଉତ, କେନ୍ଦୁଝର, ବନଲକ୍ଷ୍ମୀ ମହାନ୍ତି କେନ୍ଦ୍ରାପଡା, ବିଷ୍ଣୁପ୍ରିୟା ପଣ୍ଡା କଟକରୁ ଗଳ୍ପ ପାଠ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିଥିଲେ । ସଭାପତିଙ୍କ ଅନୁମୋଦନ କ୍ରମେ ସଭାସାଙ୍ଗ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.