ପ୍ରୟାଗରାଜରେ ଶାଇସ୍ତା ପରବିନ; ଗିରଫ ପାଇଁ ପୋଲିସର ଅଭିଯାନ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ପ୍ରୟାଗରାଜ: ଉମେଶ ପାଲ ହତ୍ୟାକାଣ୍ଡ ଷଢଯନ୍ତ୍ରରେ ସାମିଲ ତଥା ୫୦ ହଜାର ପୁରସ୍କାର ଘୋଷଣା କରାଯାଇଥିବା ଶାଇସ୍ତା ପରବିନ ଖୁବ ଶୀଘ୍ର ଗିରଫ ହେବ  । ଶାଇସ୍ତା ପରବିନ ପ୍ରୟାଗରାଜରେ ରହିଛି । ଏପରି ତଥ୍ୟ ଲାଗିଛି ପୋଲିସ ହାତରେ । ଏହି ଖବର ମିଳିବା ପରେ ପୋଲିସ ଏକ ବଡ ଅପରେଶନ ଆରମ୍ଭ କରି ଦେଇଛି । ପୋଲିସର ସୂଚନା ଅନୁଯାୟୀ, ପ୍ରୟାଗରାଜର ୧୫ କିମି ଦୂରରେ ଅଶରଫର ଶ୍ୱଶୁର ଘର ନିକଟରେ ଶାଇସ୍ତା ଥିବା ଜଣାପଡିଛି । ଅଶରଫର ଶ୍ୱଶୁର ଘର ହଟୁଆରେ । ଯେତେବେଳେ ଶାଇସ୍ତାକୁ ଗିରଫ କରିବା ପାଇଁ ପୋଲିସ ଟିମ ପହଞ୍ଚିଲା ସେତେବେଳେ ମୁସଲିମ ସଂପ୍ରଦାୟର ମହିଳା ସେମାନଙ୍କୁ ଘେରି ଯାଇଥିଲେ । ପୋଲିସ ଆଗାକୁ ଯାଇ ପାରି ନ ଥିଲା । ଏହାର ସୁଯୋଗ ନେଇ ଶାଇସ୍ତା ଫେରାର ହୋଇ ଯାଇଥିଲା । ଏହା ପୂର୍ବରୁ ୟୁପି ପୋଲିସ ଶାଇସ୍ତାର ଖବର ଜାଣିବା ପାଇଁ ନୈନୀ ଜେଲ ଯାଇ ଆତିକର ଓକିଲ ଖାନ ସୌଲତ ହନିଫଙ୍କ ସହ ଆଲୋଚନା କରିଥିଲେ । ସେ ଅତିକର ଅତି ନିକଟତର ଥିଲେ । ଏବେ ଉମେଶ ପାଲ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଇତି ମଧ୍ୟରେ ଅନେକ ଗୁରୁ୍ତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି ।ଶାଇସ୍ତ ପରବିନ ସହ ଅଶରଫର ପତ୍ନୀ ଜୈନବ ଏବଂ ଭଉଣୀ ଆଇଶା ନୁରୀ ମଧ୍ୟ ଫେରାର ଅଛନ୍ତି । ଶାଇସ୍ତାର ଆଉକିଛି ସହଯୋଗୀଙ୍କୁ ବି ପୋଲିସ ଖୋଜୁଛି । ଏମାନଙ୍କ ମଧ୍ୟରେ ଗୁଡ୍ଡୁ ମୁସଲିମର ସହଯୋଗୀ ଆସିଫ ଓରଫ ମଲ୍ଲି ବି ରହିଛି । ମଲ୍ଲି ଏବେ ଫେରାର ଅଛି । ଗୁଡ୍ଡୁ ମୁସଲିମ ତାକୁ ବୋମା କିପରି ତିଆରି ହୁଏ ତାହା ଶିଖାଇଥିଲା । ମଲ୍ଲି ସହ ଅତିକର ମଧ୍ୟ ଭଲ ସମ୍ପର୍କ ଥିଲା । କୁହାଯାଉଛି, ଶାଇସ୍ତା ଫରାର କରାଇବା ପଛରେ ମଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.