କାନ୍ଦୁଛି ଶ୍ରମିକ, ବାନ୍ଧୁଛି ଦଲାଲ; ନିର୍ମାଣ ଶ୍ରମିକ ଯୋଜନା ବାଟବଣା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରମିକ ଦିବସ ପାଳିତ ହେଉଛି। ହଟୁନି ଶ୍ରମିକ ଯନ୍ତ୍ରଣା, ମିଳୁନି ଉଚିତ ପାରିଶ୍ରମିକ। ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ଯୋଜନା ରେ ଜନ୍ମ ଠାରୁ ମୃତ୍ୟୁ ଏପରିକି ବୃଦ୍ଧାବସ୍ଥାରେ ପେନ୍ସନ ସୁବିଧା ଥିବା ବେଳେ ଏହି ଯୋଜନା ପକୃତ ଶ୍ରମିକମାନେ ଉପକୃତ ହେବା ବଦଳରେ ବହୁ ଅଣ-ଶ୍ରମିକ, ରାଜନୈତିକ ଦଳର କର୍ମୀମାନେ ଶ୍ରମିକ କାର୍ଡ ହାତେଇ ମୁନାଫା ଉଠାଉ ଥିବା ଦେଖିବାକୁ ମିଳୁଛି। ଫଳରେ ଖଲ୍ଲିକୋଟ ବ୍ଲକ ନିର୍ମାଣ ଶ୍ରମିକ ଯୋଜନା ବାଟବଣା ସାଙ୍ଗକୁ “କାନ୍ଦୁଛି ଶ୍ରମିକ ଓ ବାନ୍ଧୁଛି ଦଲାଲ” ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ମହିଳା ଶ୍ରମିକମାନଙ୍କ ପ୍ରସୁତିକାଳୀନ ଭତ୍ତା ଓ ଶ୍ରମିକମାନଙ୍କ ଆକସ୍ମିକ ମୃତ୍ୟୁ ଅର୍ଥ ପ୍ରଦାନ ବେଳେ ଶ୍ରମ ବିଭାଗ କର୍ମକର୍ତାଙ୍କ ସଲାସୁତରାରେ ଦଲାଲମାନେ ଗରିବ ଶ୍ରମିକମାନଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ବିବାହ ପଞ୍ଜିକରଣ କ୍ଷେତ୍ରରେ ବ୍ଲକରେ ଶ୍ରମିକ ପରିବାରର ନବଦମ୍ପତିମାନେ ବିବାହ ପ୍ରମାଣପତ୍ର ପାଇଁ ଏକ ହଜାର ଟଙ୍କା ବାଟି ଆଦାୟ କରୁଥିବା ବେଳେ ବିବାହ ଅର୍ଥ ୫୦ ହଜାର ପାଇବା ପାଇଁ ଦଲାଲ ମାନେ ୧୦ ହଜାର ଟଙ୍କା ମାରି ନେଉଥିବା ଅଭିଯୋଗ ହେଉଛି। ଶ୍ରମିକ କାର୍ଡ କରାଇଦେବା ପାଇଁ ପ୍ରତି ପଂଚାୟତରେ ଏଜେଣ୍ଟ ରଖାଯାଇ କାର୍ଡ ପିଛା ୧୫ଶହ ଓ ସ୍ଥଳବିଶେଷରେ ୨ହଜାର ଟଙ୍କା ଆଦାୟ କରାଯାଉଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶ୍ରମ ବିଭାଗ ଏହି ସବୁ ପ୍ରତି ଧ୍ୟାନ ଦେଉନାହିଁ। ଏଣେ ଖଲ୍ଲିକୋଟ ବ୍ଲକରେ ପ୍ରାୟ ୨୫ ଜଣ ଶ୍ରମ ଠିକାଦାର ଥିବା ବେଳେ ଏମାନଙ୍କ ଶୋଷଣ ଭୟଙ୍କର ହେଲାଣି। ମାତ୍ର ୨୦ ଶ୍ରମିକଙ୍କ ପାଇଁ ଶ୍ରମ ଲାଇସେନ୍ଚ କରି ରାଜ୍ୟ ଭିତରେ ଓ ବାହାରେ ଶହ ଶହ ଶ୍ରମିକ ନିୟୋଜିତ କରୁଛନ୍ତି। ଶ୍ରମିକ ନିୟୋଜିତ କରୁଥିବା ନିର୍ମାଣ ସଂସ୍ଥା ପ୍ରତି ଶ୍ରମିକଙ୍କ ପିଛା ସ୍ୱାସ୍ଥ୍ୟ ଭତ୍ତା ପିଏଫ ଓ ଇଏସଆଇ ଅର୍ଥ ପ୍ରଦାନ କରୁଥିବା ବେଳେ ମିଥ୍ୟା ବିଲ କରି ଶ୍ରମିକମାନଙ୍କ ପ୍ରାପ୍ୟ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହେଉଛି। ଖଲ୍ଲିକୋଟ ବ୍ଲକର ୧୪ ହଜାର ଶ୍ରମିକଙ୍କୁ ଗତ କରୋନା କାଳରେ ଭିଟାମାଟିରେ କର୍ମ ସଂସ୍ଥାନ ପ୍ରଦାନ ପାଇଁ ଚିହ୍ନଟ କରଯାଇଥିବା ବେଳେ ସରକାର ସେ ସବୁକୁ ଭୁଲି ଯାଇଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଖଲ୍ଲିକୋଟ ବ୍ଲକରେ ରାଜ୍ୟ ବାହାରକୁ ଓ ବିଦେଶକୁ ଶ୍ରମିକ ଭାବେ ଯାଇ ପ୍ରାୟ ୫୦ ଜଣ ଶବ ହୋଇ ଫେରିଲେଣି। ଅନ୍ୟ ପକ୍ଷରେ ମହିଳା ଶ୍ରମିକଙ୍କ ସଂଖ୍ୟା ଖଲ୍ଲିକୋଟ ବ୍ଲକରେ ଉଦବେଗଜନକ ଭାବେ ବଢି ଚାଲୁଥିବା ବେଳେ ମିଶନ ଶକ୍ତି କେବଳ ସ୍ଲୋଗାନ ଥିବା ଆଲୋଚନା ହେଉଛି। ତେଣୁ ଖଲ୍ଲିକୋଟ ଠାରେ ଏକ ଶ୍ରମ କାର୍ଯ୍ୟାଳୟ ଖୋଲାଯାଇ ସେମାନଙ୍କ ଆର୍ଥିକ ଓ ସାମାଜିକ ଥଇଥାନ ପାଇଁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.