ବଜରଙ୍ଗ ଦଳ ବ୍ୟାନ ହେବ? କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ତେଜିଲା ରାଜନୀତି

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟ୍ ତାରିଖ ପାଖେଇ ଆସୁଛି। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହାରି ଭିତରେ କଂଗ୍ରେସ ମାନିଫେଷ୍ଟର ପ୍ରକାଶରେ ଉଲ୍ଲେଖ ରହିଛି ଯଦି ଦଳ କ୍ଷମତାକୁ ଆସେ ଆଉ କୌଣସି ସଂଖ୍ୟାଲଘୁ କିମ୍ବା ସଂଖ୍ୟା ବହୁଳ ସମ୍ପ୍ରଦାୟ ମାହୋଲ ଖରାପ କଲେ ତାକୁ ବ୍ୟାନ କରାଯିବ। ଯେଉଁଥିରେ କଂଗ୍ରେସ ପିଏପଆଇ ଓ ବଜରଙ୍ଗ ଦଳର ଉଦାହରଣ ଦେଇଛି। ଯାହାକୁ ନେଇ ବିବାଦ ଦେଖାଦେଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି ଯେ ଯଦି ପ୍ରଭୁ ହନୁମାନଙ୍କ ଭକ୍ତମାନେ କଂଗ୍ରେସ ବିରୁଦ୍ଧରେ ସକ୍ରିୟ ହେବେ ତେବେ ଦେଶରୁ କଂଗ୍ରେସ ପୋଛି ହୋଇଯିବ। କଂଗ୍ରେସ ବଜରଙ୍ଗ ଦଳ ଏବଂ ପିଏଫଆଇ ମଧ୍ୟରେ ସମାନତା ଆଣିବା ଅନ୍ୟାୟ ବୋଲି ବୋମ୍ମାଇ କହିଛନ୍ତି।

ବୋମ୍ମାଇ କହିଛନ୍ତି ଯେ ପିଏଫଆଇ ଦେଶ ବିରୋଧରେ କାର୍ଯ୍ୟ କରିଛି, ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛି ଏବଂ ଏହା ବିରୋଧରେ ଅନେକ ମାମଲା ଏବଂ ପ୍ରମାଣ ଅଛି। ସେଥିପାଇଁ ପିଏଫଆଇକୁ ବଜରଙ୍ଗ ଦଳ ସହିତ ତୁଳନା କରିବା ଠିକ୍ ନୁହେଁ | ପିଏଫ୍ଆଇ ଉପରେ ପୂର୍ବରୁ ନିଷେଧାଦେଶ ଦିଆଯାଇଛି। ବଜରଙ୍ଗ ଦଳକୁ ନିଷିଦ୍ଧ କରିବାର ପ୍ରଶ୍ନ ଉଠୁ ନାହିଁ କାରଣ ରାଜ୍ୟ ସରକାରଙ୍କର କୌଣସି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବାକୁ କ୍ଷମତା ନାହିଁ, ଏହି ଶକ୍ତି କେବଳ କେନ୍ଦ୍ର ଉପରେ ରହିଛି।

ବିଜେପି କହିଛି, ଯେତେବେଳେ ପିଏଫଆଇ ବ୍ୟାନ ଅଛି ସେତେବେଳେ କଂଗ୍ରେସ କଣ କ୍ଷମତାକୁ ଆସିଲେ ପୁଣିଥରେ ଏହି ସଂସ୍ଥାକୁ ଅନୁମତି ଦେବ ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରୁଛି କି ଯେଉଁ ସଂସ୍ଥା ବିରୋଧରେ ଆତଙ୍କବାଦୀ କାର୍ଯ୍ୟକାଳପର ପ୍ରମାଣ ରହିଛି। ସେହିପରି ବଜରଙ୍ଗ ଦଳ ବିରୋଧରେ ସେଭଳି କୌଣସି ଅଭିଯୋଗ ବା ପ୍ରମାଣ ଯେତେବେଳେ ନାହିଁ ସେତେବେଳେ ବ୍ୟାନ କରିବାକୁ ଯୋଜନା କରି କଂଗ୍ରେସ ନିର୍ବାଚନ ଇସ୍ତାହାର ଲେଖିଛି ବୋଲି କହିଛି।

ଅନ୍ୟପଟେ ଟ୍ବିଟ୍ କରି କଂଗ୍ରେସ ସମର୍ଥକ ଯୋଗେନ୍ଦ୍ର ଯାଦବ କହିଛନ୍ତି, ନିର୍ବାଚନୀ ଇସ୍ତାହାରରେ ଯାହା ଉଲ୍ଲେଖ ରହିଛି ସେଥିରେ କୌଣସିଥିରେ ଲେଖା ହୋଇନି ବଜରଙ୍ଗ ଦଳ ବ୍ୟାନ କରାଯିବ। ବରଂ ଉଦାହରଣ ଭାବେ ଲେଖାହୋଇଛି। ଏହାର ଅର୍ଥ ନୁହେଁ ବଜରଙ୍ଗ ଦଳ ବ୍ୟାନ ହେବ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.