ବିବାହ ପରେ କେହି ନିଜ ସାଥୀଙ୍କଠାରୁ ଦୂରେଇ ଯିବାକୁ ଚାହାଁନ୍ତି ନାହିଁ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ଦୁଇ ଜଣଙ୍କୁ ଅଲଗା ହେବାକୁ ପଡେ । ଛାଡପତ୍ର ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । କିନ୍ତୁ ଜଣେ ମହିଳା ଛାଡ଼ପତ୍ର ଖୁସିରେ ମଦବୋତଲ ଧରି ଫଟୋସୁଟ୍ କରୁଛନ୍ତି ।ନ୍ୟୁୟର୍କରେ ରୁହନ୍ତି କଳାକାର ତଥା ଫ୍ୟାଶନ୍ ଡିଜାଇନର୍ ଶାଲିନି । ନିକଟରେ ସୋସିଆଲ ମିଡ଼ିଆରେ ଛାଡ଼ପତ୍ରର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ ସେ ନାଲି ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ମଦ ବୋତଲ ଓ ଛାଡପତ୍ର ଲେଖା ଧରିଛନ୍ତି । ଏହା ବ୍ୟତୀତ ସେ ତାଙ୍କ ସ୍ୱାମୀଙ୍କ ଫଟୋକୁ ତାଙ୍କ ଫଟୋରୁ ଅଲଗା କରୁଥିବା ଦେଖିବାକୁ ମିଳିଛି ।ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ଯଦି କେହି ମହିଳା ନିଜ ବିବାହରେ ଖୁସି ନାହାନ୍ତି, ତାହାହେଲେ ସେଥିରୁ ବାହାରିବା ଦରକାର । ନୂଆ ଜୀବନ ଆରମ୍ଭ କରିବା ଦରକାର । ଛାଡପତ୍ର ହେବା ଏକ ପରାଜୟ ନୁହେଁ, ଏହା ଏକ ପରିବର୍ତ୍ତନଶୀଳ । ଯେଉଁଠାରୁ ଆପଣ ନିଜ ଜୀବନକୁ ସକରାତ୍ମକ କରିପାରିବେ ।ତାଙ୍କର ସମସ୍ତ ଫଟୋ ଉପରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସାହସୀ ବୋଲି କହିଛନ୍ତି । ଅନେକ ତାଙ୍କ ଛାଡପତ୍ର ଫଟୋସୁଟକୁ ପସନ୍ଦ ବି କରିଛନ୍ତି । କିନ୍ତୁ ଆଉ କିଛି ଥଟ୍ଟାରେ କହିଛନ୍ତି ଯେ ସେ ଛାଡପତ୍ର ପାଇଁ ଖୁସି ନୁହଁନ୍ତି, ବରଂ ସେ ପାଇବାକୁ ଯାଉଥିବା ଟଙ୍କା ପାଇଁ ଖୁସି ଅଛନ୍ତି ।