ରାମପୁର ଥାନାରେ ମେଗା ରକ୍ତଦାନ ଶିବିର: ୩୮୫ ୟୁନିଟ ରକ୍ତ ସଂଗ୍ରହ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଥାନାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉପସ୍ଥିତ ରହି ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଏସଡିପିଓ ପୁଷ୍ପାଞ୍ଜଳି ନୀଙ୍ଗି, ସମାଜସେବୀ ମକରଧ୍ବଜ ସାହୁ, ଶ୍ରୀରାମ କଲେଜ ସଭାପତି ରମେଶ ପୁଝାରୀ, ଉମେଶ ପୁଝାରୀ ସରପଞ୍ଚ, ମନୋଜ ପୁରୋହିତ, ସୂର୍ଯ୍ୟ ନାରାୟଣ ପଟ୍ଟନାଏକ ଉପସ୍ଥିତ ଥିଲେ। ଏହି ରକ୍ତ ଦାନ ଶିବିର ୬୨ ଜଣ ମହିଳାଙ୍କ ସମେତ ସମୁଦାୟ ୩୮୫ ଜଣ ରକ୍ତଦାନ କରିଥିଲା ।

୧୧୩ଜଣ ରକ୍ତଦାତା ପ୍ରଥମ ଥର ରକ୍ତ ଦାନ କରି ଥିଲେ । ରାମପୁର, ବଡ଼ କର୍ଲେ, ଅନ୍ଧାରୀ ବଞ୍ଜୀ, ପ୍ରଧାନ ପାଲି, ପଣ୍ଡକିଟାଲର ସରପଞ୍ଚଙ୍କ ସହିତ ଅଂଚଳର ବହୁ ରକ୍ତ ଦାତା ଏ ଶିବିରରେ ସାମିଲ ହୋଇଥିଲେ। ବରଗଡ ଜିଲ୍ଲା ସମାଜସେବୀ ସଂଗଠନ ନିଷ୍ଟା ପରିବାର, ସଂକଳ୍ପ ପରିବାର, ମାରୱାଡ଼ି ଯୁବା ମଞ୍ଚ, ଶ୍ରୀରାମ କ୍ଲବ, ବଜରଙ୍ଗ ଦଳ, ଓଡ଼ିଶା ଡ୍ରାଇଭର ମହାସଂଘ ସମେତ ଅନ୍ୟାନ୍ୟ ସଂଗଠନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବର୍ଦ୍ଧିତ କରିଥିଲେ ।

ଏହି ମେଗା ରକ୍ତଦାନ ଶିବିରକୁ ରାମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଭାନୁ ଶଙ୍କର ଯାଦବ, ଏସଆଇ ଅଭିନାଶ ପ୍ରଧାନ, ଏଏସଆଇ ସୁରଞ୍ଚି ସେଠୀ, ଜୟଦ୍ରଧ ପ୍ରଧାନ, ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ୍ ପଣ୍ଡା, ହାବିଲଦାର ଏସ ଏନ ତ୍ରୀପାଠୀ, ନାରାୟନ ରନବିଡା, ଦଣ୍ଡବତୀ କୁମର, ଭୀଷ୍ମ ବର୍ଗତି, ହୋମ ଗାର୍ଡ ବାଇଲୋଚନ ସାହୁ, ସଞ୍ଜୟ ସରାଫ, ଅନ୍ତ ରାମ ମେହେର ପ୍ରମୁଖ ସହୟୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଭଣ୍ଡାରକୁ ୧୦୦ ୟୁନିଟ, ଭିମସାର ବୁର୍ଲାକୁ ୨୨୫ ୟୁନିଟ ଓ ବରଗଡ ରକ୍ତ ଭଣ୍ଡାରକୁ ୬୦ ୟୁନିଟ ରକ୍ତ ପ୍ରଦାନ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.