ପାୱାରଙ୍କ ଇସ୍ତଫାକୁ ନେଇ ସସପେନ୍ସ, ଅଜିତ ପାୱାର ନା ସୁ୍ପ୍ରିୟା ସୁଲେ କିଏ ହେବ ଏନସିପି ଅଧ୍ୟକ୍ଷ ?

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୧୯୯୯ ମସିହାରେ ଶଦର ପାୱାର ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ଗଠନ କରିଥିଲେ । ଆଉ ଦଳ ପ୍ରତିଷ୍ଠାର ୨୪ ବର୍ଷ ପରେ ପାୱାର ଦଳ ଉପରୁ ନିଜ ପାୱାରକୁ ପ୍ରତ୍ୟାହାର କରି ନେଇଛନ୍ତି । ଏନସିପିର ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ପରେ କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳର ମହାସଚିବ ଜିତେନ୍ଦ୍ର ଆହ୍ୱାଡ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଶରଦ ପାୱାରଙ୍କ ଇସ୍ତଫା ପରେ ଦଳର ନେତା ଅଡ଼ି ବସିଛନ୍ତି ସେ ଇସ୍ତଫା ଫେରାଇ ନେଇ ଦଳର ଅଧ୍ୟକ୍ଷ ଦାୟିତ୍ୱରେ ରୁହନ୍ତୁ । ଇସ୍ତଫା ପରେ ମିଳୁଥିବା ସମର୍ଥନ ଓ ଇସ୍ତଫାକୁ ବିରୋଧ ଶରଦ ପାୱାରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଶରଦଙ୍କ ଇସ୍ତଫାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପାୱାର, ପାୱାରରୁ ଓହରିଗଲେ କିଏ ହେବ ଏନସିପି ଅଧ୍ୟକ୍ଷ ? ଦଳର ନୂଆ ଅଧ୍ୟକ୍ଷ ବାଛିବା ଲାଗି ଏନସିପି ନେତାଙ୍କ ଏକ କମିଟି ଗଠନ ପାଇଁ ସୁପାରିସ୍ କରିଛନ୍ତି । ଯେଉଁ କମିଟିରେ ସୁପ୍ରିୟା ସୁଲେ, ଅଜିତ୍ ପାୱାର, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲ୍ ଓ ଛଗନ ଭୁଜବଳ ରହିଛନ୍ତି । ଯଦି ଶରଦ ପାୱାର ଇସ୍ତଫା ଫେରାଇ ନ ନିଅନ୍ତି ତ ଝିଅ ସୁପ୍ରିୟା ସୁଲେ ଦଳର ଅଧ୍ୟକ୍ଷ ହେବା ଏବଂ ଅଜିତ୍ ପାୱାରଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି । ତେବେ କାହିଁକି ଶରଦ ପାୱାର ଇସ୍ତଫା ଦେଲେ ତାହା ଏବେ ଯାଏ ସ୍ପଷ୍ଟ ହୋଇନି । କୁହାଯାଉଛି, ଅଜିତ ପାୱାରଙ୍କ ନେତୃତ୍ୱରେ ଦଳର କିଛି ନେତା ବିଜେପି ସହ ମେଣ୍ଟ ସପକ୍ଷରେ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.