ଝାରସୁଗୁଡା ଉପ ନିର୍ବାଚନ ପ୍ରଚାର ମୈଦାନରେ ରାୟଗଡା ବିଜେଡିର ବରିଷ୍ଠ ଟାଣୁଆ ନେତା ଏନ. ଭାସ୍କର ରାଓ

ବିଜେଡି ପ୍ରାର୍ଥୀନୀ ଦୀପାଳି ଦାସଙ୍କ ପାଇଁ କରୁଛନ୍ତି ପ୍ରଚାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନକ୍ସଲ ନାମରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ରାଜ୍ୟ ବିଜୁ ଜନତା ଦଳର ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଟାଣୁଆ ନେତା ଏନ. ଭାସ୍କର ରାଓଙ୍କୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ଝାରସୁଗୁଡା ଉପନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀନୀଙ୍କ ପାଇଁ ପ୍ରଚାର ମୈଦାନରେ ଓଲ୍ଲାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ଝାରସୁଗୁଡା ଉପନିର୍ବାଚନ ଏବେ ଆହୁରି ସରଗରମ ହୋଇଯାଇଛି | ରାଜନୀତିରେ ଦୀର୍ଘ ୫୦ ବର୍ଷର ଅଭିଜ୍ଞତା ସହ ପ୍ରତିଦ୍ବନ୍ଦୀଙ୍କୁ ସବୁବେଳେ ପରାଜୟର ସ୍ୱାଦ ଚଖେଇବାରେ ପାରଙ୍ଗମ ଥିବା ଭାସ୍କର ରାଓଙ୍କୁ ଝାରସୁଗୁଡାର ପ୍ରଚାର ମୈଦାନରେ ପାଇ ଝାରସୁଗୁଡା ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଉପନିର୍ବାଚନ ଜିତିବାର ଆଶା ଆହୁରି ସଂଚରିତ ହୋଇଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାସ୍କରଙ୍କ ବିରୁଦ୍ଧରେ ଗତ କିଛି ଦିନ ତଳେ ରାଜ୍ୟ ବିଜେପି ଓ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମାଓ ପ୍ରବଣ ରାୟଗଡା ଜିଲ୍ଲାରେ ଟ୍ରକ ମାଲିକ ସଙ୍ଘରୁ ନକ୍ସଲ ନାମରେ ଚାନ୍ଦା ଆଦାୟ କରୁଥୁବା ନେଇ ଯେଉଁ ସବୁ ସଂଗୀନ ଅଭିଯୋଗ ହୋଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ଅଛନ୍ତି ବୋଲି ଅଭିଯୋଗ ଉଠିଥିଲା ସେଥିରେ ଭାସ୍କର ରାଓଙ୍କ ପ୍ରତି ଏବେ ବି ନବୀନ ପଟ୍ଟନାୟକଙ୍କ ବିଶ୍ୱାସ ଓ ଆସ୍ଥା ରହିଥିବା ଝାରସୁଗୁଡା ଉପ ନିର୍ବାଚନରେ ଦେଖିବାକୁ ମିଳିଛି |

Udyog Nursery
Udyogi Nursery

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଦୀପାଳି ଦାସଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ରାୟଗଡା ଜିଲ୍ଲା ବିଜେଡିର ତୁଙ୍ଗ ନେତା ଭାସ୍କର ରାଓଙ୍କୁ ମଧ୍ୟ ପ୍ରଚାର ମଇଦାନରେ ଓଲ୍ଲାହିଛି ବିଜେଡି | ଯାହାକି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପିର ପାଟିକୁ ଚୁପ କରି ଦେଇଛି | ଆଜି ଝାରସୁଗୁଡାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭାସ୍କର ରାଓ ଉପ-ନିର୍ବାଚନ ନିମନ୍ତେ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବା ସହ ସ୍ବର୍ଗୀୟ ନବ ଦାସଙ୍କ ପୁତ୍ର ବିଶାଳ ଦାସଙ୍କ ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଲୋଚନା କରିଥିଲେ |

ଝାରସୁଗୁଡାରେ ଅନୁଷ୍ଠିତ ପ୍ରଚାର କାର୍ଯ୍ୟକ୍ରମରେ ନିଜର ଦୀର୍ଘ ୫୦ ବର୍ଷର ରାଜନୀତି ଅଭିଜ୍ଞତା ଓ ଦକ୍ଷତାକୁ ନେଇ ଶ୍ରୀ ରାଓ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକ ବିଷୟରେ ଏବଂ ବିଗତ ନିର୍ବାଚନଗୁଡିକରେ ବିଜେଡିର ବିଜୟକୁ ନେଇ ସ୍ଥାନୀୟ ଭୋଟରଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଓ କର୍ମୀଙ୍କ ମଧ୍ୟରେ ଉତ୍ସହ ଭରି ଦେଇ ବିଜେଡି ପ୍ରାର୍ଥୀନୀ ଦୀପାଳିଙ୍କୁ ଭୋଟ ଦେବା ପାଇଁ ଭୋଟଭିକ୍ଷା କରିଥିଲେ | ଏଥିସହ ଝାରସୁଗୁଡାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ ପୃବର୍ତନ ସାଂସଦ ଭାସ୍କର ରାଓଙ୍କ ଉପସ୍ଥିତିରେ ଝାରସୁଗୁଡା ଠାରେ ବହୁ ସଂଖ୍ୟାରେ ବିରୋଧି ଦଳରୁ ନେତା ଓ କର୍ମୀମାନେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ତଥା ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ |

ଝାରସୁଗୁଡ଼ା ଉପନିର୍ବାଚନରେ ସ୍ବର୍ଗତ ନବକିଶୋର ଦାଶଙ୍କ ସୁପୁତ୍ରୀ ସୁଶ୍ରୀ ଦୀପାଳି ଦାଶଙ୍କ ବିଜୟ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ନେଉଥିବା ଏନ୍.ଭାସ୍କର ରାଓ ଏବଂ ବିଜୁ ଜନତା ଦଳର ଅନ୍ୟ ତୁଙ୍ଗ ଓ ବରିଷ୍ଠ ନେତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ‘ମିଶନ ଝାରସୁଗୁଡ଼ା’ । ଚଳିତ ଉପନିର୍ବାଚନରେ ସୁଶ୍ରୀ ଦୀପାଳି ଦାସ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିବେ ଓ ବିଜୁ ଜନତା ଦଳର ବିଜୟବାନା ଉଡ଼ିବ ବୋଲି ଝାରସୁଗୁଡା ବିଜେଡି ଆଶା ରଖିଛି |

ପ୍ରକାଶ ଥାଉ କି,ରାୟଗଡା ନିର୍ବାଚନ ମଣ୍ଡଳୀରେ ଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନଗୁଡିକରେ ଲୋକପ୍ରିୟ ନେତା ଭାସ୍କର ରାଓଙ୍କ ନେତୃତ୍ୱ ଯୋଗୁଁ ବିଜେଡି ସମର୍ଥିତ ଜନ ପ୍ରତିନିଧିମାନେ ବିଜୟୀ ହୋଇଥିବା ବେଳେ ଝାରସୁଗୁଡା ଉପନିର୍ବାଚନରେ ମଧ୍ୟ ପ୍ରଚାର ମୈଦାନରେ ଓଲ୍ଲାଇଥିବା ବରିଷ୍ଠ ବିଜେଡି ନେତାଙ୍କ ମଧ୍ୟରେ ଭାସ୍କର ରାଓଙ୍କ ଗୋଟି ଚାଳନା ଦୀପାଳିଙ୍କୁ ବିଜୟ ମୁକୁଟ ପିନ୍ଧାଇବାରେ ସହାୟକ ହେବ ସେଥିରେ ସନ୍ଦେହ ନାହିଁ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.