ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଖଲ୍ଲିକୋଟ ରେଳ ଷ୍ଟେସନ ପରିଦର୍ଶନ, ଦ୍ରୁତଗାମୀ ଟ୍ରେନ ରହଣି ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରସଦଙ୍କ ଗଂଜାମ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଖଲ୍ଲିକୋଟ ରେଳ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ରେ ପଚାରି ବୁଝିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଖଲ୍ଲିକୋଟ ପ୍ରେସ କ୍ଲବର କର୍ମକର୍ତ୍ତାଙ୍କ ସମେତ ଖଲ୍ଲିକୋଟ ଅଂଚଳର ବୁଦ୍ଧିଜୀବୀ ଓ ଓକିଲ ରାଜନୈତିକ ଦଳ ର କର୍ମୀ ଙ୍କୁ ଷ୍ଟେସନ ପରିସର ରେ ଭେଟି ଖଲ୍ଲିକୋଟ ରେଳ ଷ୍ଟେସନ ରେ କୋଣାର୍କ, ଫଲକନାମା, ଭିଶାଖା, ରାଜାରାଣୀ ଓଖା ଭଳି ଦ୍ରୁତଗାମୀ ଟ୍ରେନର ରହଣି ସାଙ୍ଗକୁ କେଶପୁର ରେଳ ଷ୍ଟେସନରେ ଜିଆରପି ଫାଣ୍ଡି ପ୍ରତିଷ୍ଠା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ର ପ୍ରଦାନ ବେଳେ କେଶପୁର ସରପଞ୍ଚ ବିଚିତ୍ର ଜାଲି ଖଲ୍ଲିକୋଟ ପ୍ରେସ କ୍ଲବ ସଭାପତି ଅଶୋକ ତ୍ରିପାଠୀ, ସାମ୍ବାଦିକ ମାଧବ ବେହେରା, ଅଶ୍ୱିନୀ କୁମାର ମହାନ୍ତି, ଡାକ୍ତର ଅଜିତ କୁମାର ପଟ୍ଟନାୟକ, କାର୍ତିକ ପ୍ରଧାନ, ପ୍ରିୟ ରଞ୍ଜନ ପଣ୍ଡା, ସୁଶୀଲ ଲେଙ୍କା, ଗଣେଶ ମଲ୍ଲିକଙ୍କ ସମେତ ଓକିଲ ଅରୁଣ କୁମାର ସିଂ, ପ୍ରଶାନ୍ତ କୁମାର ମିଶ୍ର, ମିଟୁ ପରିଡା, ଦୀନବନ୍ଧୁ ତରାଇ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆସିକା ସଂସଦୀୟ କ୍ଷେତ୍ରର ଏକମାତ୍ର ରେଳ ଷ୍ଟେସନ ହୋଇଥିବାରୁ ଏଠାରୁ ପ୍ରତିଦିନ ଶହ ଶହ ଦାଦନ ଶ୍ରମିକ ଓ ବ୍ୟବସାୟୀ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯିବା ପାଇଁ ୩୦ କି.ମି. ଦୂର ବାଲୁଗାଁ ରେଳ ଷ୍ଟେସନ ଉପରେ ନିର୍ଭର କରୁଛନ୍ତି। ତେଣୁ ଖଲ୍ଲିକୋଟ ଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣି ପାଇଁ ଗତ ୭।୭।୨୦୨୨ ରେ ରେଳ ମନ୍ତ୍ରୀଙ୍କ ଗଂଜାମ ଗସ୍ତ ବେଳେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଗଂଜାମ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ପ୍ରାକ୍ତନ ନଗରପାଳ ଶଙ୍କର ପ୍ରସାଦ ନାହାକ, ଯଜ୍ଞ ନାରାୟଣ ଦାଶ,ମହେଶ ମହାନ୍ତି, ଅନିତା ପ୍ରିୟଦର୍ଶନୀ ପ୍ରମୁଖ ବିଜେପି ନେତା ମାନେ ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ବେଳେ ଏଡିଆରଏମ କଲ୍ୟାଣ ପଟ୍ଟନାୟକ, ଏସଡ଼ିଏମ ହାର୍ନିଶ ଆନନ୍ଦ ଓ ଅନ୍ୟାନ୍ୟ ରେଳ କର୍ମଚାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.