ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ : ୨୧ ମୃତ, ୪୮ ଆହତ

ଓଡ଼ିଆ ବାର୍ତ୍ତା/ ମସ୍କୋ: ପୁଟିନଙ୍କ ସରକାରୀ ବାସ ଭବନ ଉପରେ ୟୁକ୍ରେନ୍‌ର ଡ୍ରୋନ୍ ଆଟାକ୍ ପରେ ପ୍ରତିଶୋଧ ନେଇଛି ଋଷ। ୟୁକ୍ରେନ୍‌ ଉପରେ ଭୟଙ୍କର ରକେଟ୍ ମାଡ଼ କରି ୨୧ ଜଣଙ୍କୁ ମାରି ଦେଇଛି ଋଷିଆ। ସୁପରମାର୍କେଟ୍, ରେଳ ଷ୍ଟେସନ୍ ଓ ଅନ୍ୟ ଜନବହୁଳ ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି ଋଷ। ଏଥିରେ ୪୮ ଜଣ ଆହତ ହୋଇଛନ୍ତି ବୋଲି ୟୁକ୍ରେନ୍‌ ଗଣମାଧ୍ୟମ କିଭ୍ ପୋଷ୍ଟରେ ଖବର ପ୍ରକାଶ ପାଇଛି। ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ଦୁଇଟି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଋଷ ଆକ୍ରମଣ ପରେ ଏୟାର୍‌ ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ ରଖାଯାଇଛି ବୋଲି କିଭ୍ କହିଛି। କିଭ୍ ଓବ୍ଲାଷ୍ଟ ସେନା ପ୍ରଶାସନ ଡ୍ରୋନ୍ ଆକ୍ରମଣ ନେଇ ଚେତାବାନୀ ଦେଇଛି। ଲୋକଙ୍କୁ ବଙ୍କର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନ୍ ରାଜଧାନୀ କିଭ୍‌, ଚର୍ଣ୍ଣିହିବ୍, ସୁମୀ, ପୋଲତାଭା, କିରୋଭହାର୍ଦ, ଖାରକିଭ୍, ମ୍ୟୋକଲାଭ, ଓଡେସା, ଦ୍ନିପ୍ରୋପେଟ୍ରୋଭୋକ୍ସ, ଜାପରିଝାଝିଆ ଅଞ୍ଚଳରଗୁଡ଼ିକରେ ରେଡ୍ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ରାତିରେ ଋଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ୟୁକ୍ରେନ୍‌ ଡ୍ରୋନ୍ ଆକ୍ରମଣ କରିବା ପରେ ଋଷ ଘାଇଲା ହୋଇ ଆକ୍ରମଣ କରି ଚାଲିଛି। ହେଲେ କିଭ୍ କିନ୍ତୁ ଏହି ଘଟଣାକୁ ଅସ୍ୱୀକାର କରିଛି। ସେ କୌଣସି ଡ୍ରୋନ୍ ପଠାଇ ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି। ସେ କହିଛନ୍ତି “ଆମେ ପୁଟିନ କି ମସ୍କୋ ଉପରେ ଆକ୍ରମଣ କରି ନାହୁଁ। ଆମେ ଆମ ସୀମା ପାଇଁ ଲଢ଼େଇ କରୁଛୁ।” ଫିନଲାଣ୍ଡ ଗସ୍ତ ବେଳେ ସାମ୍ବାଦିକ ସମ୍ମିଳନୀଙ୍କୁ ଏହି ସୂଚନା ଦେଇ ଏଭଳି କହିଛନ୍ତି ଜେଲେନସ୍କି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.