ଉତ୍ସବ ମୁଖର ସର୍ଗିଗୁଡା; ପ୍ରତ୍ୟହ ଅନ୍ନ ଭୋଗ ପାଉଛନ୍ତି ୧୦୦୦୦ ଭକ୍ତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞର ଆଜି ଅନ୍ତିମ ଦିବସ । ଆଜି ତୃତୀୟ ଦିନରେ ନାମଯଜ୍ଞ । ସୋମବାର ଅପରାହ୍ନ ୫ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସକାଳ ୬.୪୫ ରେ ନାମ ଆରମ୍ଭ ହୋଇଥିଲା। ସର୍ଗିଗୁଡା ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ । ସର୍ଗିଗୁଡାର ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ଏଥିରେ ସାମିଲ ହୋଇଥିଲେ । ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ମୁଖ୍ୟ ପୂଜକ ଭାବରେ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଏଥିରେ ଜପକ ଭାବରେ ବୃନ୍ଦାବନ ମିଶ୍ର ଓ ତ୍ରିଲୋଚନ ତ୍ରିପାଠୀ ଓ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ନାରାୟଣ ପାଢ଼ୀ ପାଚକ ଦାଇତ୍ଵ ରେ ରହିଛନ୍ତି । ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ନାମଯଜ୍ଞ ପରିଚାଳିତ ହେଉଛି । ମଙ୍ଗଳବାର ସକାଳ ୬.୪୫ ସମୟରେ ନାମ ଆରମ୍ଭ ହୋଇଥିଲା । ସର୍ଗିଗୁଡା ର ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ । ଏହା ମଙ୍ଗଳବାର ଠାରୁ ଆଜି ଗୁରୁବାର ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଛି। ଆସନ୍ତା କାଲି ଶୁକ୍ରବାର ସକାଳ୬.୪୫ ରେ ପୂର୍ଣ୍ଣାହୁତି ପଡିବ । ନାମଯଜ୍ଞ ରେ ସଂକୀର୍ତ୍ତନ ପରିବେଷଣ ପାଇଁ ଆୟୋଜକ ସର୍ଗିଗୁଡା ର ଦୁଇଗୋଟି ଦଳ, ସ୍ଥାନୀୟ ବେହେରାପାଟି ଓ ଡୁଲପଡା ଦଳ ସମେତ କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଓ ବରଗଡରୁ ମୋଟ ୧୩ ଗୋଟି ସଂକୀର୍ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିବା ଜଣା ପଡ଼ିଛି । ତିନିଦିନ ଧରି ନାମଯଜ୍ଞରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ମାନଙ୍କ ସମାବେଶ ହୋଇଥିବାରୁ ଏଥର ନାମଯଜ୍ଞ ଜୋର ଜମିଛି । ଏଥିପାଇଁ ନାମଯଜ୍ଞ ରେ ପ୍ରବଳ ଭକ୍ତ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ର ରେ ୧୦,୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ଅନ୍ନପ୍ରସାଦ ସେବନ କରୁଛନ୍ତି । ଆସନ୍ତା ଶୁକ୍ରବାର ସକାଳ ୬.୪୫ ରେ ନାମ ଛାଡିବା ସହ ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ତିନିଦିନ ଧରି ସର୍ଗିଗୁଡା ଉତ୍ସଵ ମୁଖର ହୋଇଉଠିଛି ।