ଲାଞ୍ଜିଗଡ଼ ବ୍ଲକରେ ବାଟବଣା ହେଉଛି ମନରେଗା ଯୋଜନା

ସିକେରକୁପା ସେକ୍ସନରେ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପ୍ରକଳ୍ପ ଗୁଡିକରେ ଦୁର୍ନୀତି ହୋଇଥିବା ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ବ୍ଲକର ଲାଖବାହାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରେ ୨୦୧୮/୧୯ ମସିହାରେ ମନରେଗା ଯୋଜନା ମାଧ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁକୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ ଅଧପନ୍ତରିଆ ହୋଇ ରହିଛି । ବର୍ତ୍ତମାନ କାମ ମଧ୍ୟ ବନ୍ଦ ଅଛି । ହେଲେ କାମ ବନ୍ଦ ଥିବା ସ୍ଵତ୍ତ୍ୱେ ମଧ୍ୟ କାମ କରିନଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ୨ ଲକ୍ଷ ୩୦ ହଜାର ଅର୍ଥ ରାଶି ହଡପ କରାଯାଇଥିବା ଅଭିଯୋଗ ହେଉଛି । ଯେଉଁ ଶ୍ରମିକମାନେ କାମ କରିଛନ୍ତି ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ରାସ୍ତା କାମରେ ଗାଁର ଅନେକ ଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ସେମାନେ ପାରିଶ୍ରମିକ ପାଇନାହାନ୍ତି । ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାୟୀ ଶ୍ରମିକ ପରିଶ୍ରମ ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି । କିନ୍ତୁ ମାସମାସ ଧରି ପାଉନାହାନ୍ତି ଶ୍ରମିକ । ତେବେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା, ଯୋଜନା ନାଁରେ ରଫାଦଫା କରି ଅର୍ଥ ହଡପ ଉଦେଶ୍ୟ ରଖିବା ମୁଖ୍ୟ କାରଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ତେବେ ଶ୍ରମିକଙ୍କୁ କେମିତି ପାରିଶ୍ରମିକ ଅର୍ଥରାଶି ମିଳିବ ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବ୍ରିଟିଶ କୁମାର, ସାନ ମାଝୀ, ଶ୍ରାବୁଣୁ ମାଝୀ, ରାମତୁ ମାଝୀ, ନର୍ସିଂ ମାଝୀ ସମେତ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ବ୍ଲକର ବିଶ୍ଵନାଥପୁର ରେଞ୍ଜ ଅଧିନସ୍ଥ ସିକେରକୁପା ସେକ୍ସନର ଗ୍ରାମ୍ୟ ଜଙ୍ଗଲ ଠାରେ ମନରେଗା ଯୋଜନା ମାଧ୍ୟ୍ୟମରେ ୨୦ ଗୋଟି ଏଲବିସିଡି ପାଇଁ ଆସିଥିବା ଅଟକଳ ମୂଲ୍ୟ ୨ଲକ୍ଷ ୩୫ ହଜାର ୨୧୬ଟଙ୍କାର ଏକ ଫାଇଲ ଖୋଲି ସମସ୍ତ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ ଆଣିଛନ୍ତି ସିକେରକୁପା ବନ ସୁରକ୍ଷା ସମିତି । ସୂଚନା ଅନୁସାରେ ଗତ ମାସ ୨୧ତାରିଖ ଦିନ ସିକେରକୁପା ବନ ସୁରକ୍ଷା ସମିତିର ସଦସ୍ୟ ମାନେ ବିଶ୍ଵନାଥପୁର ରେଞ୍ଜର ପାଖରେ ସିକେରକୁପା ବିଟ୍ ଠାରେ କୌଣସି କାମ ନକରି ୨,୩୫,୨୧୬ ଟଙ୍କା ଆତ୍ମସାତ କରିଥିବା ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ବିଶ୍ଵନାଥପୁର ରେଞ୍ଜର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ କାମ ନକରିଥିବା ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା କରି ଆତ୍ମସାତ କରିଥିବା ଅଭିଯୋଗ ହେଉଛି ।  ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.