ରାୟଗଡା ଅବକାରୀ ପୋଲିସ ବିଭାଗର ପେଟ୍ରୋଲିଂ; ପିଡ଼ିଏସ ଚାଉଳ, ଧାନ ସହ ଧରା ପଡିଗଲା ୪୯ କ୍ୱିଣ୍ଟଲ ମହୁଲ ଫୁଲ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବେଆଇନ ଭାବେ ଏକ ଭେନ ଯୋଗେ ଚୋରା ଚାଲାଣ ହେବାକୁ ଯାଉଥିଲା କ୍ୱିଣ୍ଟଲ କ୍ୱିଣ୍ଟଲ ମହୁଲି ଫୁଲ ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ମିଳୁଥିବା ଚାଉଳ ଓ ଏଥିସହ ଧାନ ମଧ୍ୟ । ତେବେ ଚୋରା ଚାଲାଣ ରୋକିବାରେ ସଫଳ ହୋଇଛି ରାୟଗଡା ଅବକାରୀ ବିଭାଗ । ଘଟଣାରେ ଭେନ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଭେନରୁ ୪୯ କ୍ୱିଣ୍ଟଲ ମହୁଲି ଫୁଲ, ୧୪ କ୍ୱିଣ୍ଟଲ ପିଡ଼ିଏସ ଚାଉଳ ସହ ୩ କ୍ୱିଣ୍ଟଲ ୨୦ କେଜି ଧାନ ଜବତ କରାଯାଇଛି । ଭେନଟି ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିକରପାଇ ଗ୍ରାମରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ଆଜି ରାୟଗଡା ସଦର ଅବକାରୀ ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥର ଗୁମ୍ମା ନିକଟରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଅବକାରୀ ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି ଭେନ ଟିକୁ ଯାଞ୍ଚ କରାଯାଇଥିଲା । ଆଉ ଯାଞ୍ଚ ବେଳେ କ୍ଵିଣ୍ଟାଲ କ୍ୱିଣ୍ଟାଲ ମହୁଲି ଫୁଲ, ଚାଉଳ ଓ ଧାନ ଜବତ ହୋଇଥିଲା । ଜବତ ସାମଗ୍ରୀ ଗୁଡିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ପୋଲିସ ଅନୁମାନ କରୁଥିବା ବେଳେ ଜବତ ସାମଗ୍ରୀ କୋରାପୁଟର କେହି ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ସବୁ ମାଲ ନିଆଯାଉଥିବା ନେଇ ଡ୍ରାଇଭର ପ୍ରକାଶ କରିଥିବା ବେଳେ ଶିକରପାଇ ଅଂଚଳରୁ ଏହି ସବୁବେଳେ ମାଲ କିଏ ଦେଇଛନ୍ତି ସେ ସମ୍ବନ୍ଧରେ ମୁହଁ ଖୋଲିନାହିଁ ଡ୍ରାଇଭର ଜଣକ । ରାୟଗଡା ଅବକାରୀ ଜିଲ୍ଲାରେ ବେଆଇନ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ, ରାୟଗଡା ଜିଲ୍ଲାପାଳ ସ୍ୱାଧଦେବ ସିଂ ଙ୍କ ନିର୍ଦ୍ଦେଶ ସହ ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଅବକାରୀ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ଅବକାରୀ ଥାନା ଅଞ୍ଚଳରେ ଅନେକ ସମୟରେ ଧରପଗଡ଼ ତଥା ଚଢ଼ାଉ ଜାରି ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.