ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଏକ ଟଙ୍କା ଚୋରି ମାମଲାରେ ଖଲ୍ଲିକୋଟ ପୋଲିସ ନଗଦ ଟଙ୍କା ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି କାଜୁ ଜଙ୍ଗଲରେ ଥିବା କେନ୍ଦୁପଟ ଗ୍ରାମର ଆଦିତ୍ୟ କୁମାର ରାଉତଙ୍କୁ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ। ସେ ନଦେବାରୁ ତାଙ୍କୁ ଛୁରୀ ଦେଖାଇ ତାଙ୍କ ଠାରୁ ନଗଦ ୩୫୦୦ ଟଙ୍କା ଛଡାଇ ନେଇ ଯାଇଥିଲେ l ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରି ତେନ୍ତୁଳିଆପଡା ଗ୍ରାମର ଶିବ ଜଲ୍ଲି (୩୦) ସଂଗ୍ରାମ ଜଲ୍ଲି (୨୪) ଓ ବିନାୟକ ବେହେରା (୨୪)ଙ୍କୁ ଥାନା କେଶ ନଂ ୩୨୬ /୨୦୨୩ ରେ ଅସମୀଙ୍କୁ କୋର୍ଟକୁ ପଠାଇଥିବା ପ୍ରକାଶ l