ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘ ଏକ ବର୍ଷ ହେଲା ଖଲ୍ଲିକୋଟ ବ୍ଲକରେ ପାନୀୟ ଜଳ ସଙ୍କଟ ଲାଗି ରହିଥିବା ବେଳେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଓ ନୂତନ କମିଟି ଓ ପୁରୁଣା କମିଟି ମଧ୍ୟରେ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦ ଲାଗି ରହିବା ଫଳରେ ଗ୍ରାମର ୧୨ ଗୋଟି ୱାର୍ଡରେ ପାନୀୟ ଜଳ ସଙ୍କଟ ଲାଗି ରହିବା ସାଙ୍ଗକୁ ଗ୍ରାମବାସୀଙ୍କ ମହଲରେ ପ୍ରବଳ ଅସନ୍ତୋଷ ଲାଗି ରହିଥିବା ଜଣାପଡିଛି l ସୋମବାର ଦିନ ବିକ୍ରମପୁର ପଂଚାୟତର ସରପଂଚ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ପୁରୁଷ ଓ ମହିଳା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି l ପ୍ରକାଶ ଥାଉକି ପଂଚାୟତରେ ପାଣିର ଓଭରହେଡ଼ ଟାଙ୍କି ଓ ପାଇପ ବିଛା ହୋଇ ପାଣି ଯୋଗାଇବା ପାଇଁ ସମସ୍ତ ସାଧନ ଥିଲେ ମଧ୍ୟ ଲୋକମାନେ ଖରାଦିନେ ଠିକ ସମୟରେ ପାଣି ପାଉ ନଥିବା ଅଭିଯୋଗ ହୋଇଛି l ସେହିପରି ଦାୟିତ୍ୱ ହସ୍ତାନ୍ତର ନେଇ ପଂଚାୟତର ପିଇଓ ଆକ୍ରମଣର ଶିକାର ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିବା ପ୍ରକାଶ l