ଓଡିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା ଅନ୍ତର୍ଗତ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ବରିଷ୍ଠ ଅଧ୍ୟାପକ ବିଜୟ କୁମାର ସାହୁ, ଗଣେଶ୍ୱର ଦାଶ, ବିରଞ୍ଚି ମହାପାତ୍ର, ସ୍ମୃତିସ୍ମିତା ବିଭୁତି ରାୟ, ରୂପାନନ୍ଦା କନୁନଗୋ, ସଂଘମିତ୍ରା ବିଶ୍ଵାଳ, ଜ୍ୟୋତିମୟୀ ନାୟକ, ଦିପ୍ତିମୟୀ ବେହେରା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ମୂଲ୍ୟବାନ ମତାମତ ପ୍ରଦାନ କରିବା ସହ ମଙ୍ଗଳ କାମନା କରିଥିଲେ । ସର୍ବ ଶେଷରେ ସୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।