ଅଶାନ୍ତ ପାକିସ୍ତାନ, ପେଶଓ୍ବାର ହିଂସାରେ ୪ ମୃତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ପେଶୱାରରେ ହିଂସା ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାକିସ୍ତାନର ପଞ୍ଜାବରେ ସେନା ମୁତୟନ କରାଯାଇଛି। ପାକିସ୍ତାନ ପଞ୍ଜାବ ପ୍ରଦେଶରେ ପୋଲିସ ହଜାରେ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ପାକିସ୍ତାନ ରାଜଧାନୀରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ମୁତୟନ ପାଇଁ ଇସଲାମାବାଦ ପ୍ରଶାସନ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି। ଇସଲାମାବାଦର ଶିଳ୍ପାଞ୍ଚଳରେ ପୋଲିସ କାର୍ଯ୍ୟାଳୟରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ପଞ୍ଜାବ ପ୍ରଦେଶରେ ପୋଲିସ ପ୍ରାୟ ହଜାରେ ଲୋକଙ୍କୁ ଗିରଫ କରିଛି। ପଞ୍ଜାବ ପ୍ରଦେଶ ପୋଲିସ ଏକ ବିବୃତ୍ତିରେ କହିଛି ଯେ ହିଂସା, ଭଙ୍ଗାରୁଜା, ସରକାରୀ ତଥା ବେସରକାରୀ ସମ୍ପତ୍ତିରେ କ୍ଷତି ଘଟାଇଥିବା ଅପରାଧୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦରେ ୧୩୦ ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପଞ୍ଜାବ ପୋଲିସର ମୁଖପାତ୍ର କହିଛନ୍ତି ଯେ ପୋଲିସ ଏବଂ ସରକାରୀ ଏଜେନ୍ସିର ୨୫ ରୁ ଅଧିକ ଗାଡି ନଷ୍ଟ ହୋଇ ପୋଡି ପାଉଁଶ ହୋଇଯାଇଛି। ପୋଲିସ କହିଛି ଯେ ବିକ୍ଷୋଭକାରୀମାନେ ୧୪ରୁ ଅଧିକ ସରକାରୀ ବଡ ବଡ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲେ, ଲୁଟ୍ କରିଥିଲେ ଏବଂ ସରକାରୀ ସମ୍ପତ୍ତିରେ ଗୁରୁତର କ୍ଷତି ଘଟାଇଥିଲେ। ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ। ପୂର୍ବତନ କ୍ରିକେଟର ଇମ୍ରାନଙ୍କୁ ଗିରଫ କରାଯିବା ପରେ ତାଙ୍କ ଦଳର ସମର୍ଥକମାନେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.