ଓଡ଼ିଆ କ୍ଷତ୍ରିୟ ଖଣ୍ଡାୟତ କୁଳ ମହାସଭାର ବାର୍ଷିକ ଅଧିବେଶନ, ବାଲ୍ୟ ବିବାହ ରୋକିବା ପାଇଁ ସଂକଳ୍ପ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନ୍ଦି ଗାଁ ସ୍ଥିତ ମହାସଭା ଗୃହ ପରିସରରେ ଓଡ଼ିଆ କ୍ଷତ୍ରିୟ ଖଣ୍ଡାୟତ କୁଳ ମହାସଭାର ମଣ୍ଡଳ ସ୍ତରୀୟ ଅଧିବେଶନ ମହାସଭାର ସଭାପତି ଦୀନବନ୍ଧୁ ତରାଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଖଲ୍ଲିକୋଟ ମଣ୍ଡଳ ଅଧୀନରେ ଥିବା ୩୪ ଖଣ୍ଡ ଗ୍ରାମର ବରିଷ୍ଠ ଓ ଯୁବକ ସଦସ୍ୟଙ୍କ ସମେତ ମହାସଭା ର ଉପସଭାପତି ପୀତବାସ ତରାଇ ଓ ସମ୍ପାଦକ ରବୀନ୍ଦ୍ର ତଥା କହେଁଇପୁର ପଂଚାୟତର ପୂର୍ବତନ ସରପଂଚ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ମହାସଭାରେ ବିଭିନ୍ନ ଆଭ୍ୟନ୍ତରୀଣ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ମହାସଭାରେ ଯୋଗ ଦେଇଥିବା କର୍ମକର୍ତା ମାନେ ଝିଅ ମାନଙ୍କର ବାଲ୍ୟ ବିବାହକୁ ଦୃଢ ଭାବେ ରୋକାଯିବା ସହ ଯୌତୁକ ଜନିତ ସମସ୍ୟାକୁ ବନ୍ଦ କରିବା ପାଇଁ ମହାସଭା ତରଫରୁ ସମସ୍ତଙ୍କୁ ସଚେତନ କରିବା ଓ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢିବା ପାଇଁ ସହାୟତା ଯୋଗାଇବା ସାଙ୍ଗକୁ ଭଲ ନମ୍ବର ରଖିଥିବା ପିଲାଙ୍କୁ ସମ୍ବର୍ଦ୍ଧିତ କରାଯିବ ପାଇଁ ନିଷ୍ପତି ନିଆଯାଇଥିଲା l ଉକ୍ତ ଅଧିବେଶନରେ ସମାଜସେବୀ ମିଟୁ ପରିଡା ପୂର୍ବତନ ଏସ କେ ଏସ ପୁତ୍ର ସରପଂଚ କୃଷ୍ଣ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ, କୈବଲ୍ୟ ମଲ୍ଲିକ, ମାଟିଆ ପରିଡା, ସମ୍ବାରିଆ ନାୟକ ପ୍ରମୁଖ କର୍ମକର୍ତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରସ୍ତାବ ମାନ ଉପସ୍ଥାପନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.