ଲୋକାର୍ପଣ ଅପେକ୍ଷାରେ ମାଗୁଣିର ଶଗଡ଼

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପ୍ରାକ ସ୍ୱାଧୀନତା କାଳର କବି ଗୋଦାବରୀଶ ମହାପାତ୍ରଙ୍କ ସ୍ମୃତି ଓ କୃତିକୁ ମନେପକାଇବା ପାଇଁ ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ଖଲ୍ଲିକୋଟ ଏନଏସି ତରଫରୁ “ମାଗୁଣିର ଶଗଡ଼”ର ଏକ ପ୍ରତିକୃତି ଖୁବ ଶୀଘ୍ର ଲୋକାର୍ପିତ ହେବ ବୋଲି ଏନଏସି ଅଧକ୍ଷ ଇଂ.ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି l ବାଣପୁର ଅଂଚଳର ଦିବଂଗତ ସାହିତ୍ୟିକ ଗୋଦାବରୀଶ ମହାପାତ୍ର ତାଙ୍କ ରଚନାରେ ଖଲ୍ଲିକୋଟ ଗଡ ନୁଆସାହିର ମାଗୁଣି ଗୌଡ଼ ପ୍ରତିଦିନ ତାର ଶଗଡ଼ ଗାଡି ଚଳାଇ ତାର ପରିବାର ଚଲାଇଥାଏ l ଯନ୍ତ୍ର ଯୁଗର ଆରମ୍ଭ ସାଙ୍ଗକୁ କୋଇଲା ଚାଳିତ ବସର ଆବିଷ୍କାର ପରେ ମାଗୁଣି ଗୌଡ଼ର ଶଗଡ଼ ଚାଲିନଥିଲା l ଫଳରେ ମାଗୁଣିର ଦୈନଦିନ ବେପାର ବୁଡିଯାଇଥିଲା l ଯାହା ଫଳରେ ମାଗୁଣି ଦାରିଦ୍ର୍ୟର କସଘାତରେ ମୃତ୍ୟୁବରଣ କରିଥିଲା l କବିଙ୍କ ରୁପକଳ୍ପରେ ଯନ୍ତ୍ରକୁ ଉଭାବନ କରିଥିବା ମଣିଷ କିପରି ଯନ୍ତ୍ରର ତାଡନାରେ ମରିଯାଇଛି, ତାହା ମାଗୁଣି ମାଧ୍ୟମରେ ପ୍ରକାଶ କରିଥିବା ଜଣାପଡିଛି l ପ୍ରତିକୃତିରେ ଆଲୋକୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହେବ ବୋଲି ଅଧକ୍ଷ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.