ସଚେତନତା ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ଓଡ଼ିଶା ମିଲେଟ ମିଶନ ତଥା ଆତ୍ମା କଳାହାଣ୍ଡିର ସହଯୋଗରେ ମ.ରାମପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନ ରଥର ଶୁଭାରମ୍ଭ ହେଇଯାଇଛି । କ୍ଷୁଦ୍ର ଶସ୍ୟ ଚାଷର ସଚେତନା ରଥର ଶଭାରମ୍ଭ ସହକାରୀ କୃଷି ଅଧିକାରିଣୀ ଜ୍ଞାନେଶ୍ୱରୀ ବିନ୍ଧାଣି ସବୁଜ ପତାକା ଦେଖାଇ କରିଥିଲେ । କାର୍ଯ୍ୟକ୍ରମକୁ ସେବା ଜଗତର ବ୍ଲକ ପ୍ରକଳ୍ପ ସଂଯୋଜିକା ସୁନୀତା ତାଣ୍ଡି ପରିଚାଳନା କରିଥିବାବେଳେ ଅତିରିକ୍ତ ପ୍ରକଳ୍ପ ସଂଯୋଜକ ଟଙ୍କଧର ବଗର୍ତ୍ତି ସହଯୋଗ କରିଥିଲେ । ଏହି ରଥ ୧୪ ଦିନ ଧରି ୧୩ ଗୋଟି ପଂଚାୟତ ଭ୍ରମଣ କରି ସଚେତନତାର ବାର୍ତ୍ତା ପହଂଚାଇବାର କାର୍ଯ୍ୟକ୍ରମ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.