ଯୋଗୀ ପାସ୍, ମୋଦୀ ଫେଲ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି ବିଜୟଲାଭ କରିଛି। ଡବଲ ଇଞ୍ଜିନ ନାରା ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହୁଛି। ତେଣୁ ଉତ୍ତରପ୍ରଦେଶ ମହାନଗର ନିଗମ ନିର୍ବାଚନରେ ବିଜୟୀ ହେବା ପରେ ଉତ୍ତରପ୍ରଦେଶରେ ଟ୍ରିପଲ ଇଞ୍ଜିନ ସରକାର ବୋଲି କୁହାଯାଉଛି। ମେ ୪ ଓ ମେ ୧୧ ତାରିଖରେ ହୋଇଥିବା ମହାନଗର ନିଗମ ନିର୍ବାଚନ ପାଇଁ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିଥିଲା। କିନ୍ତୁ ଏଥିରେ ବିଜେପି ବାଜି ମାରି ନେଇଛି। ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ପୁଣିଥରେ ନିଜର ଦବଦବା ଦେଖାଇଛନ୍ତି। ବିଜେପି ଝାନସିଠୁ ଆରମ୍ଭ କରି ସାହାରନପୁର, ଅଯୋଧ୍ୟାରେ ବଡ଼ ମାର୍ଜିନରେ ଜିତି ମେୟର ସିଟ ହାସଲ କରିଛି। ଝାନସିର ବିଜେପି ମେୟର ପ୍ରାର୍ଥୀ ବିହାରୀ ଲାଲ ଆର୍ଯ୍ୟ ୮୩ ହଜାର ଭୋଟରେ ଜିତିଥିବା ବେଳେ ସାହାରନପୁରରେ ଅଜୟ କୁମାର, ଅଯୋଧ୍ୟାରୁ ଗିରିସ୍ପତି ତ୍ରିପାଠୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ବରେଲି ଓ ବୃନ୍ଦାବନ ମଥୁରା ସିଟରେ ମଧ୍ୟ ବିଜେପି ମେୟର ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଏଥିସହିତ କାନପୁର, ମୋରାଦାବାଦ ଗାଜିଆବାଦ ଆଦି ମେୟର ସିଟ ମଧ୍ୟ ବିଜେପି ଖାତାକୁ ଯାଇଛି। ଯାହାକି ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପିର କ୍ଲିନ ସ୍ୱିପ ବୋଲି କୁହାଯାଉଛି। ଉତ୍ତରପ୍ରଦେଶର ମହାନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତକୁ ନେଇ ଭିନ୍ନ ଆକଳନ ଆରମ୍ଭ ହୋଇଛି। ଏପିରିକି ଆଗାମୀ ଲୋକସଭା ନିର୍ବାଚନରେ ୮୦ ରୁ ୮୦ ଲୋକସଭା ସିଟ ବିଜେପି ଖାତାକୁ ଯିବ ବୋଲି ବିଜେପି ନେତାମାନେ କହିବା ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଗୋଟିଏ ପଟେ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଏଭଳି ପ୍ରଦର୍ଶନ କରିବା ବିରୋଧୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ ଏବେ ଉତ୍ତରପ୍ରଦେଶରେ ଟ୍ରିପଲ ଇଞ୍ଜିନ ସରକାରକୁ ନେଇ ଦଳ ଆହୁରି ସମୃଦ୍ଧ ହେବ ବୋଲି ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.