କର୍ଣ୍ଣାଟକରେ ରେକର୍ଡ ସଂଖ୍ୟକ ଭୋଟ୍ ହାତେଇ ଖୁସିରେ ବିଭୋର କଂଗ୍ରେସ ଦଳ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟର ପରିମାଣ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଉଭୟ ଆସନ ଓ ଭୋଟ୍ ହାର ଦୃଷ୍ଟିରୁ ଏକ ରେକର୍ଡ। ଦଳ ୪୨.୯ ପ୍ରତିଶତ ଭୋଟ୍ ସହ ୧୩୭ଟି ଆସନରେ ବିଜୟୀ ହୋଇଛି। ଯାହାକି ୨୦୧୮ ତୁଳନାରେ ୫୭ଟି ଅଧିକ। କଂଗ୍ରେସ ଏହିପରି ଏକ ପ୍ରଦର୍ଶନ କରିଥିଲା ୧୯୯୯ରେ। ଯେତେବେଳେ ଦଳ ୧୩୨ଟି ଆସନ ଜିତିଥିଲା ଏବଂ ୪୦.୮୪ ପ୍ରତିଶତ ଭୋଟ୍ ହାସଲ କରିଥିଲା। ଏହାପୂର୍ବରୁ ୧୯୮୯ରେ ଏହା ୪୩.୭୬ ପ୍ରତିଶତ ଭୋଟ୍ ପାଇ ୧୭୮ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଚଳିତଥର ୩୬ ପ୍ରତିଶତ ଭୋଟ୍ ସହ ୬୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଚଡି କୁମାରସ୍ୱାମୀଙ୍କ ଜନତା ଦଳ ସେକୁଲାର ୧୩.୩ ପ୍ରତିଶତ ଭୋଟ୍ ସହ ୧୯ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଦଳ ୧୨୦ରୁ ଅଧିକ ଆସନ ପାଇବ ବୋଲି ଆଶା ରଖିଥିଲା। ଏହା ରାଜ୍ୟବାସୀଙ୍କର ବିଜୟ। ସେଥିପାଇଁ ଆମେ ୧୩୬ ଆସନ ପାଇଛୁ। ୩୬ ବର୍ଷ ପରେ ବିଶାଳ ବ୍ୟବଧାନରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ଆମେ ଜନାଦେଶକୁ ସମ୍ମାନ ଦେବୁ ଏବଂ ଆମ ଉପରେ ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବୁ। ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମେ ଇସ୍ତାହାରରେ ଘୋଷଣା କରିଥିବା ସମସ୍ତ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବୁ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ନୂଆ ମନ୍ତ୍ର ଦେଇଛି। ଏହା ସମଗ୍ର ଭାରତରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାର ଏକ ମାର୍ଗ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ମୁକ୍ତ ଭାରତ କିନ୍ତୁ କର୍ଣ୍ଣାଟକର ଲୋକମାନେ ନିଶ୍ଚିତ କରିଛନ୍ତି ଯେ ବିଜେପି ମୁକ୍ତ ଦକ୍ଷିଣ ଭାରତ ସୁନିଶ୍ଚିତ ହୋଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ରଣଦୀପ ସିଂହ ସୁରଜେଓ୍ୱାଲା କହିଛନ୍ତି। କଂଗ୍ରେସ ଏହି ବିଜୟର ଶ୍ରେୟ ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ଼ା ଯାତ୍ରା”କୁ ଦେଇଛି। ଖଡଗେ କହିଛନ୍ତି, “ରାହୁଲ ଗାନ୍ଧୀ ଯେଉଁ ରାସ୍ତାରେ ଚାଲି ଚାଲି ଯାଇଛନ୍ତି, ସେଥିରେ ଆମେ ପ୍ରାୟ ୯୯ ପ୍ରତିଶତ ଆସନ ଜିତିଛୁ। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଜୋରସୋରରେ ପ୍ରଚାର ଚଳାଇଥିବା ବେଳେ ଏହି ସଫଳତା ମିଳିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ମଧ୍ୟ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.