ଆମପାଣିଠାରେ ବ୍ରାହ୍ମଣ ସମାଜର ବ୍ଳକସ୍ତରୀୟ ସାଙ୍ଗଠନିକ ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମପାଣି ଡାକ ବଙ୍ଗଳା ଠାରେ ରବିବାର କୋକସରା ବ୍ଳକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ତ୍ରିନାଥ ଠାକୁରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ କଳାହାଣ୍ଡି ବ୍ରାହ୍ମଣ ସମାଜର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ଜିଲ୍ଲା ସାଂଗଠନିକ ସମ୍ପାଦକ ଭବେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ପଣ୍ଡା, ଜିଲ୍ଲା ଉପସଭାପତି ବିନୋଦ କୁମାର ଶର୍ମା, ପ୍ରଭାକର ବେହେରା, ରାଧେଶ୍ୟାମ ଠାକୁର, ମଣିଭଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ବୈଠକରେ ସମାଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ସହିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ବ୍ଳକସ୍ତରୀୟ କର୍ମକର୍ତ୍ତା, ପର୍ଶୁରାମ ସେନା ଓ ପ୍ରଜ୍ଞାବାହିନିର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। କୋକସରା ବ୍ଳକ ସଂଗଠନ ସଭାପତି ଭାବେ ଶ୍ରୀମନ୍ତ କୁମାର ପାଢ଼ୀ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ଦାଶରଥି ବେହେରା, ସୁରେଶ ଶର୍ମା ଓ ରଜନୀ କାନ୍ତ ପଣ୍ଡା, ସମ୍ପାଦକ ସଂଜୟ କୁମାର ପଣ୍ଡା, ସହ ସମ୍ପାଦକ ଧନଞ୍ଜୟ ମୁଣ୍ଡ, କୋଷାଧ୍ୟକ୍ଷ ବିଘ୍ନେଶ୍ୱର ପୁରୋହିତ ଓ ମିଡ଼ିଆ ସେଲ୍ ରେ ଦୁଷ୍ମନ୍ତ ପଟ୍ଟଯୋଷୀ ମନୋନୀତ ହୋଇଛନ୍ତି। ସେହିପରି ଭାବେ ପର୍ଶୁରାମ ସେନାର ସଭାପତି ଭାବେ ଗୋଦାବରୀଶ ପାତ୍ର, ସମ୍ପାଦକ ଈଶ୍ବରୀ ପ୍ରସାଦ ଅଗସ୍ତି, ଉପସଭାପତି ରାଜୁ ଶର୍ମା, ଗଣେଶ ନନ୍ଦ, ରଞ୍ଜିତ ଖମାରୀ, ମନୋରଞ୍ଜନ ପୁରୋହିତ, ସହ ସମ୍ପାଦକ ନାରାୟଣ ଠାକୁର, ଲଲିତ ମିଶ୍ର, ଆଶିଷ ପଣ୍ଡା, କୋଷାଧ୍ୟକ୍ଷ ଭାବରେ କୁନାଲ କୁମାର ଯୋଶୀ ମନୋନୀତ ହୋଇଛନ୍ତି। ପ୍ରଜ୍ଞାବାହିନିରେ ସଭାନେତ୍ରୀ ଭାବେ ଶ୍ରୀମନ୍ତିନି ପଣ୍ଡା, ଉପସଭାନେତ୍ରି ରୋଜିତା ପାଢ଼ୀ, ହେମବନ୍ତି ପାଣିଗ୍ରାହୀ, ସମ୍ପାଦିକା ବିଷ୍ଣୁପ୍ରିୟା ଠାକୁର, ରଶ୍ମିତା ପୁରୋହିତ, କୋଷାଧ୍ୟକ୍ଷା ଭାବରେ ଜ୍ୟୋର୍ତିମୟୀ ପୁରୋହିତ ମନୋନୀତ ହୋଇଛନ୍ତି। ଏହି ସଭାରେ ବ୍ଳକର ବିଭିନ୍ନ ସ୍ଥାନରୁ ବ୍ରାହ୍ମଣ ସାମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ। ମଞ୍ଚକୁ ଶ୍ରୀମନ୍ତ କୁମାର ପାଢ଼ୀ ଓ ସୂର୍ଯ୍ୟ ପ୍ରସାଦ ଠାକୁର ପରିଚାଳନା କରିଥିବାବେଳେ ଜିତେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.