ସମାଜସେବୀ ଅନନ୍ତ ଗରଡିଆଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ପିତାମହଲ ସ୍ଥିତ କନ୍ଧଖିଲମ ଗ୍ରାମର ମନମତି ଗରିଡିଆ ଓରଫ ଅନନ୍ତ କୁମାର ଗରଡିଆଙ୍କ ୫୭ବର୍ଷ ବୟସରେ ପରଲୋକ ହୋଇଛି । ସେ ସ୍ଥାନୀୟ ଅଂଚଳର ଜଣେ ଜଣାଶୁଣା ସମାଜସେବୀ ବ୍ୟକ୍ତି ରହିଥିବା ବେଳେ ତାଙ୍କ ମୃତ୍ୟୁ ଖବର ପ୍ରକାଶ ପରେ ଅଂଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ଆଜି ରାୟଗଡା ସହରର ସ୍ଥାନୀୟ ଶିରିଗୁଡା ସ୍ଥିତ ସ୍ୱର୍ଗଦ୍ୱାର ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ତଥା ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ମୃତ ଅନନ୍ତଙ୍କ ବଡପୁଅ ରମେଶ ମୁଖାଗ୍ନି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ମୃତ ଅନନ୍ତ ଗରଡିଆ ଦୀର୍ଘ ବର୍ଷ ଧରି ନିଜ ଗ୍ରାମଂଚଳ ତଥା ପଂଚାୟତରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏବଂ ଜରୁରୀବସ୍ଥାରେ ସମସ୍ତଙ୍କ ନିକଟରେ ଅଳ୍ପ ସମୟ ମଧ୍ୟରେ ପଂହଚି ପାରୁଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ବିଶେଷ ରହିଥିଲେ । ଗତ କିଛି ଦିନ ଧରି ତାଙ୍କ ବେକରେ ଏକ ଟ୍ୟୁମର ଭଳି ରୋଗକୁ ନେଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ରହୁଥିବାରୁ ତାଙ୍କୁ ପରିବାର ଓ ବନ୍ଧୁବର୍ଗ ମିଶି ବିଶାଖାପାଟଣମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ନେଇଥିଲେ । ସେଠାରେ ତାଙ୍କ ଅପରେସନ୍ କରାଯିବାକୁ ସ୍ଥିର ହୋଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବା ଯୋଗୁଁ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁ ବେଳେ ତାଙ୍କ ଧର୍ମପତ୍ନୀ,୪ଟି ପୁଅ ଓ ଗୋଟିଏ ଝିଅ ସମେତ ଅନ୍ୟ ସଂପର୍କୀୟ ଏବଂ ରାୟଗଡାର ଅନେକ ଭଦ୍ରବ୍ୟକ୍ତି, ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ । ରାୟଗଡା ସହରର ରାଣୀଗୁଡା ଫାର୍ମ ଅଂଳଚର ୪ର୍ଥ ଲାଇନରେ ମୃତ ସମାଜସେବୀ ସ୍ୱର୍ଗତ ଅନନ୍ତ ଗରଡିଆ ନିଜ ପରିବାରଙ୍କ ସହ ରହି ଆସୁଥିଲେ । ତାଙ୍କ ପରଲୋକ ଖବର ପ୍ରକାଶ ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.