ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୀ : ପୁରୀ ଜିଲ୍ଲା ଆକ୍ୟୁଟିକ ସଂଘ ଓ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଚାରିଗୋଟି ଚାରିଗୋଟି କାଟାଗୋରିରେ ମୋଟ ୩୭ଟି ଇଭେଣ୍ଟ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ପନ୍ଦର ଜଣିଆ ସ୍ୱତନ୍ତ୍ର ବୈଷୟିକ ଦଳ ଆନ୍ତର୍ଜାତୀୟ ସନ୍ତରଣର ନିୟମ ମୁତାବକ ପରିଚାଳନା କରିଥିଲେ । ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ । ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ ଏହି ସନ୍ତରଣାଗାରରେ ଏହା ପ୍ରଥମ ସନ୍ତରଣ ପ୍ରତିଯୋଗିତା କହି ଜାତୀୟ ସଙ୍ଗୀତ ଗାନ କରାଇ ଏହାକୁ ଏକ “ସ୍ମାରକୀ ପ୍ରତିଯୋଗିତା” ବୋଲି କହିଥିଲେ । ଅତିଥି ଭାବେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜେଏସଡବ୍ଲୁର କ୍ରୀଡ଼ାର ସଂଯୋଜକ ସ୍ୱାଗତ ମହାପାତ୍ର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସନ୍ତରଣ ସଂଯୋଜକ ବିନାୟକ ପ୍ରସାଦ ରାଓ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ଆରକ୍ଷୀ ବିଭାଗ, ବେଳାଭୂମୀ ଲାଇଫ ଗାର୍ଡ଼ ସଂଘ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏହି କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ନୂତନ ସନ୍ତରଣାଗାର ପୁରୀରେ ନିର୍ମାଣ କରାଯାଇଥିବାରୁ କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶ୍ରୀକାନ୍ତ ନାୟକ, ସୁମିତ ସାହୁ, ହରି ରାଓ, ଶୋଭନ ମହାନ୍ତି ଏବଂ ନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।ପ୍ରତିଯୋଗିତାକୁ ସଫଳତାର ସହିତ ସମାପନ କରିଥିବାରୁ ଜିଲ୍ଲା ଆକ୍ୱ।ଟିକ ଆସୋସିଏସନ ତରଫରୁ ସଭାପତି ସପନ କୁମାର ମିଶ୍ର ଏବଂ ସାଧାରଣ ସମ୍ପାଦକ ରାଜୀବ ଲୋଚନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.