ଗୋପାଳପୁର ମାଁ ମଙ୍ଗଳା ଯୁବ ଅନୁଷ୍ଠାନର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ମାଁ ମଙ୍ଗଳା ଯୁବ ଅନୁଷ୍ଠାନ ଆନୁକୁଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜୟପାଟଣା ବ୍ଲକ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ବିଜୁ ଜନତା ଦଳ ବ୍ଲକ ସଭାପତି ମିନକେତନ ପୁଝାରୀ, ଜୟପାଟଣା ବ୍ଲକ ଜୋନ୍ ଦୁଇର ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ଜୟପାଟଣା ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଲାବାଣ୍ୟ ବାଣୁଆ, ସ୍ଥାନୀୟ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ପ୍ରମୁଖ ଉପସ୍ଥିତ କ୍ରିକେଟ ଖେଳକୁ ମନଭରି ଉପଭୋଗ କରିଥିଲେ। ଏହି କ୍ରିକେଟ ଟୁର୍ନାମେଣ୍ଟ ସାତଦିନ ଧରି ଚାଲିଥିବା ବେଳେ ବାର ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ କପୁରମାଲ କ୍ରିକେଟ ଟିମ୍ ଏବଂ ଡୁମେର ମଣ୍ଡା କ୍ରିକେଟ ଟିମ୍ ଫାଇନାଲକୁ ଉନ୍ନିତ ହୋଇଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ କପୁରମାଲ ଟିମ୍ ବ୍ୟାଟିଂ କରି ବାର ଓଭର ବିଶିଷ୍ଟ ମ୍ୟାଚ ରେ ୧୦୭ କରି ଥିବା ବେଳେ ଡୁମେର ମଣ୍ଡା ଦଳ ବ୍ୟାଟିଂ କରି ବାର ଓଭର ରେ ୮୫ ସଂଗ୍ରହ କରି ପରାଜିତ ହୋଇଥିଲେ। ଏହି ଉଦଯାପନୀ ମ୍ୟାଚରେ ଚୈତନ୍ୟ ନାଗ ଖେଳ ପରିଚାଳନା କରିଥିବା ବେଳେ ପ୍ରତାପ ମାଝୀ ସହଯୋଗ କରିଥିଲେ। ଖେଳର ଧାରା ବିବରଣୀ କମିଟିର ଟଙ୍କଧର ପ୍ରଦାନ କରିଥିବା ବେଳେ ମହେନ୍ଦ୍ର ବେମାଲ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନେ ବିଜେତା ଦଳ କୁ ୧୦୦୦୦ ଟଙ୍କା ସହିତ କଫ୍ ପ୍ରଦାନ କରାଯାଇଥିବା ବେଳେ ରନର ଅଫ୍ ଦଳକୁ ୭୦୦୦ ଟଙ୍କା ସହିତ କଫ୍ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.