ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ ରାଉରକେଲା ଆଇଜିଏଚରୁ ଅବସର ନେବା ପରେ ଭୁବନେଶ୍ୱରରେ ରହୁଥିଲେ । ଭୁବନେଶ୍ୱରରେ ମଧ୍ୟ ଅନେକ ଘରୋଇ ଡାକ୍ତରଖାନାରେ ସେ କାମ କରୁଥିଲେ । ସ୍ୱର୍ଗତ ଶତପଥୀ ଜଣେ ଅଲ ରାଉଣ୍ଡର । ସେ ତାଙ୍କ କ୍ୟାରିଅରରେ ୧୯୬୫-୬୬ରୁ ୧୯୭୫-୭୬ ମଧ୍ୟରେ  ୨୩ ଫାଷ୍ଟ କ୍ଲାସ ମ୍ୟାଚ ଖେଳିବା ସହ ୱେଷ୍ଟ ଇଣ୍ଡିଜ ଏବଂ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଖେଳିଛନ୍ତି । ଏହା ବ୍ୟତୀତ ସେ ଜଣେ ଭଲ ଗାଳ୍ପିକ ମଧ୍ୟ । ସେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକାଥିକ କ୍ଷୁଦ୍ରଗଳ୍ପ ଲେଖିଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.