ଦକ୍ଷିଣ ପଶ୍ଚିମ ମୈାସୁମୀ ବର୍ଷାକୁ ନେଇ ପୂର୍ବ ପ୍ରସ୍ତୁତିର ସମୀକ୍ଷା ବୈଠକ

ସମ୍ଭାବ୍ୟ ବନ୍ୟାବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ

ବୈଠକରେ ଯୋଗ ଦେଇ ନ ଥିବା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ୨୦୨୩ବର୍ଷର ଦକ୍ଷିଣ ପଶ୍ଚିମ ମୈାସୁମୀ ବର୍ଷା ନିମନ୍ତେ ରାୟଗଡା ଜିଲ୍ଳାରେ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବା ପାଇଁ ପୂର୍ବ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ରାୟଗଡା ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଏକ ଜିଲ୍ଳାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ନଗରପାଳ ପି.ମହେଶ ପଟ୍ଟନାୟକ, ଗୁଣପୁର ପୈାର ଉପାଧ୍ୟକ୍ଷ ଶିବ ଗୈାଡ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନାଙ୍କ ସମେତ ଗୁଣପୁର ଉପଜିଲ୍ଳାପାଳ ଲଲିତ କୁମାର କହଁର, ଜିଲ୍ଳା ଜରୁରୀକାଳନୀ ଅଧିକାରୀ ସୂର୍ଯ୍ୟକାନ୍ତି ଭୋଇ,ଜିଲ୍ଳା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଟିପିଏସଓଡିଏଲ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ,ଡିଏସପି ସୁଦାମ ମଲ୍ଳିକଙ୍କ ସମେତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା, ବିଡିଓ, ତହସିଲଦାର, ପୈାର ପରିଷଦ ନିର୍ବାହୀ ଅଧିକାରୀ, ଓଡରାଫ୍ ଅଧିକାରୀ ଓ ଅନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ଆଗାମୀ ବର୍ଷା ଦିନରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ କିପରି ଭାବେ ମୁକାବିଲା କରାଯାଇ କେହି ମୃତାହତ ନ ହେବା ସହ ଅଧିକ ମାତ୍ରାରେ ଧନଜୀବନକୁ ସୁରକ୍ଷିତ ରଖାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଳାର ପ୍ରମୁଖ ନଦୀ ନାଗାବଳୀ ଓ ବଂଶଧାରାରେ କରାଯାଇଥିବା ନଦୀବନ୍ଧଗୁଡିକର ସ୍ଥିତି ଉପରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝାଯାଇଥିଲା । ଦୁର୍ବଳ ନଦୀବନ୍ଧଗୁଡିକକୁ ଚିହ୍ନଟ କରି ଯଥାଶୀଘ୍ର ମରାମତି କରାଯାଇ ସ୍ଥାନୀୟ ଅଂଚଳବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାର କଲ୍ୟାଣସିଂହପୁର, ଗୁଣପୁର, ଗୁଡାରୀ, ରାୟଗଡା ଭଳି ବନ୍ୟା ପ୍ରବଣ ବ୍ଳକ ଅଂଚଳରେ ବନ୍ୟା ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଗୁଡ, ଚୁଡା, ଚାଉଳ, ବିସ୍କୁଟ, କ୍ୟାଣ୍ଡେଲ, କିରୋସିନି, ଔଷଧ ଆଦି ପୂର୍ବରୁ ମହଜୁଦ ରଖିବା ପାଇଁ ଜିଲ୍ଳା ଯୋଗାଣ ଅଧିକାରୀଙ୍କୁ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ବନ୍ୟାବାତ୍ୟା ସମୟରେ ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ,ସାପକାମୁଡା ନିରାକରଣ ଇଂଜେକ୍ସନ, ଓଆରଏସ, ବ୍ଳିଚିଂ ପାଉଡର ଭଳି ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ପ୍ରସ୍ତୁତି ନିମେନ୍ତ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷାଦିନ ପୂର୍ବରୁ ସହର ଓ ଗ୍ରାମାଂଚଳରେ ଥିବା ସମସ୍ତ ନାଳନର୍ଦ୍ଦମାଗୁଡିକୁ ସଫା ସୁତୁରା ରଖିବାକୁ ବୈଠକରେ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ବନ୍ୟାବାତ୍ୟା ସମୟରେ କୃଷକମାନଙ୍କୁ ଆଗୁଆ ସତର୍କ ରହିବାକୁ ସଚେତନ କରିବା ପାଇଁ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ତଥା ବିଦ୍ୟାଳୟଗୁଡିକର ଅସ୍ଥାୟୀ ବାତ୍ୟାସ୍ଥଳୀ ନିମନ୍ତେ ସେଗୁଡିକୁ ମରାମତି କରିବା ସହ ପାୱାର ବୋଟ, ଦେଶୀ ଡଙ୍ଗା ଇତ୍ୟାଦି ମହଜୁଦ ଥିଲେ ମଧ୍ୟ ସେଗୁଡିକକୁ ନିରୀକ୍ଷଣ କରି ବ୍ୟବହାର ଉପଯୋଗୀ କରି ରଖିବାକୁ ବିଡିଓ ଓ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକୀୟ ଯନ୍ତ୍ରପାତି, ଡଙ୍ଗା, ଗଛକଟା ମେସିନଗୁଡିକୁ ପ୍ରସ୍ତୁତ କରି ରଖିବାକୁ ଓଡରାଫ୍ ଓ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ଷା ମାପ ଯନ୍ତ୍ରଗୁଡିକର ନିରୀକ୍ଷଣ କରି ଓ ବର୍ଷାର ସଠିକ୍ ମାପ କରି ରିପୋର୍ଟ ଦେବାକୁ ଅତିରିକ୍ତ ଜିଲ୍ଳାପାଳ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବନ୍ୟାବାତ୍ୟା ସମୟରେ ବିଜୁଳି ସଂଯୋଗ ବ୍ୟାହାତ ନ ହେବା କ୍ଷେତ୍ରରେ ଏବଂ ରାସ୍ତାଘାଟର ତୁରନ୍ତ ମରାମତି କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବୈଠକରେ ଯୋଗ ଦେବା ପାଇଁ ଚିଠି କରାଯାଇଥିଲେ ମଧ୍ୟ ଯେଉଁ ଅଧିକାରୀମାନେ ଯୋଗ ଦେଇ ନ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.