ଦିବ୍ୟାଙ୍ଗଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କ୍ଷମା ମାଗିଲେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦିବ୍ୟାଙ୍ଗମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଛି ଅଧିକ ଆନ୍ତରିକତା । କେହି ବି ଜଣେ ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀ ଯେପରି ସରକାରଙ୍କ ଯୋଜନାରୁ ବଂଚିତ ହେବେ ନାହିଁ ତଥା ସେମାନଙ୍କୁ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ସୁବିଧାସୁଯୋଗ ମିଳିପାରିବ ସେ ନେଇ କଡା ନିର୍ଦ୍ଦେଶ ରହିଛି । ତେବେ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ କାର୍ଯ୍ୟାଳୟକୁ ଦିବ୍ୟାଙ୍ଗମାନେ କିଛି ଟା ସହାୟତା ମାଗିବା ପାଇଁ ତଥା ନିଜ ସମସ୍ୟାର ସମାଧାନ କରିବା ପାଇଁ ଗଲେ ସେଠାରେ ତାଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଏଭଳି ଏକ ଅଭିଯୋଗକୁ ନେଇ ଆଜି ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦୀର୍ଘ ଘଂଟା ଧରି ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଯାହାର ଫଳ ସ୍ୱରୁପ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କ ସମେତ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ଘଟଣାସ୍ଥଳକୁ ଆସି ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ଶୁଣିବା ପରେ ଦୁର୍ବ୍ୟବହାର କରିଥିବା ଜିଲ୍ଳା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ କର୍ମଚାରୀ ପ୍ରସାଦଙ୍କୁ ଡାକି କ୍ଷମା ମାଗିଦେବାକୁ କହିଥିଲେ । ପରେ କର୍ମଚାରୀ ଜଣକ ଦିବ୍ୟାଙ୍ଗମାନଙ୍କୁ କ୍ଷମା ମାଗିବା ସହ ଆଉ କେବେ ଏଭଳି ହେବନାହିଁ ବୋଲି କହିଥିଲେ । ପ୍ରକାଶ ଥାଉ କି, କୋଲନରା ବ୍ଳକ ମୁକୁନ୍ଦପୁର ଠାରେ ମା କୁଳବନ୍ଧ କୋଲନରା ଭିନ୍ନକ୍ଷମ ମହାସଂଘ ପାଇଁ ଏକ ଆପତି ଅଭିଯୋଗ ପ୍ରମାଣପତ୍ର (ଏନଓସି) ଆବଶ୍ୟକ ପଡିଥିବା ବେଳେ କିଛି ଦିବ୍ୟାଙ୍ଗ ଏଥି ନିମନ୍ତେ ବିଭାଗୀୟ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କିରାଣୀ ପ୍ରସାଦ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏଥିସହିତ ରାୟଗଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ମଧ୍ୟ ଅନେକ ସମୟରେ ଭିନ୍ନକ୍ଷମ ମହାସଂଘର ଅନେକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ର୍ଦୁବ୍ୟବହାର କରୁଥିବା ଅଭିଯୋଗ କରାଯାଇଥିଲା । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାୟଗଡା ଭିନ୍ନକ୍ଷମ ମହାସଂଘ ସଭାପତି ରାକେଶ ହିମିରିକା, ସଂପାଦକ ଜଳନ୍ଧର ବାଚେଲି,ସାଂଗଠନିକ ସଂପାଦକ ସନ୍ତୋଷ କୁମାର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.