ରାୟଗଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

ସଭାପତି ନିରଞ୍ଜନ ଓ ସମ୍ପାଦକ ହେଲେ ରାମମୋହନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଆଜି ରାୟଗଡାର ସ୍ଥାନୀୟ ଜିଲ୍ଲା ପରିଷଦ ବୈଠକ ଗୃହରେ ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଗଠନ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଓ ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା | ଏଥିରେ ସଭାପତି ଭାବରେ ନିରଞ୍ଜନ ନାୟକ,ଉପ ସଭାପତି ଭାବରେ ଦାଶରଥି ରାଜଗୁରୁ, ସମ୍ପାଦକ ଭାବରେ ଏଲ଼.ରାମମୋହନ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଭାବରେ ପ୍ରତାପ ଚନ୍ଦ୍ର ବାଉରୀ ଓ ଆପନା ନାୟକ, ସଂଗଠକ ସମ୍ପାଦକ ଭାବରେ ରାଜକିଶୋର ପଣ୍ଡା, କୋଷାଧ୍ୟକ୍ଷ ଭାବରେ ଭବାନୀ ପ୍ରସାଦ ମିଶ୍ର ,ଅଧ୍ୟକ୍ଷ ଭାବରେ ଜଗନ୍ନାଥ ପ୍ରସାଦ ରାଈଗୁର, ଉପଦେଷ୍ଟା ଭାବରେ ଜଳନ୍ଧର ପୁଷିକା ଏବଂ କାର୍ଯ୍ୟକାରୀଣି ସଭ୍ୟ ଭାବରେ ପ୍ରଭାକର ମିଶ୍ର,ବି଼.କେ ଚୌଧୁରୀ, ନାରାୟଣ ରାଓ, ସତ୍ୟନାରାୟଣ ମିଶ୍ର, ନାଗେଶ୍ବର ରାଓ, ବିପ୍ରଚରଣ ବ୍ରହ୍ମା, ନୃସିଂହ ନନ୍ଦ ଗନ୍ତାୟତ,ଓ ସୁରେନ୍ଦ୍ର ନାଥ ନାୟକ ଙ୍କୁ ଚୟନ କରାଯାଇଥିଲା। ଶେଷରେ ମନମୋହନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.