୧୩ ଜଣ ଅଭିଯୋଗ କାରୀ ତାଲିକା ଭୁକ୍ତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ବେଳେ ଆଜି ସୋମବାର ୨୨/୫ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ତହସିଲଦାର ଶଙ୍କର ବାଗ, ଯୋଗାଣ ବିଭାଗ ଅଧିକାରୀ, ଓଏଲଏମ କର୍ମଚାରୀ ସନତ କୁମାର ସାହୁ, ବାଲସିଙ୍ଗା ଗ୍ରାମ୍ୟ କୃଷି କର୍ମଚାରୀ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମି, ଗ୍ରାମ ପଞ୍ଚାୟତ କର୍ମଚାରୀ, ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।
ବାଲସିଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ବାଲସିଙ୍ଗା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଓ ବାଲସିଙ୍ଗା ସମିତି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନବ ନିଯୁକ୍ତ ଜିଆରଏସ ଝରଣା ଧାରୁଆ, ଯୋଗାଣ ସହାୟକ, ଗ୍ରାମ ପଞ୍ଚାୟତ କର୍ମଚାରୀ, ଭାନପୁର ଯୋଗାଣ ସହାୟକ ମିନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ଓପି ୬ ଗୋଟି, ପିଡ଼ିଏସ ୨ ଗୋଟି ଓ ଅନ୍ୟାନ୍ୟ ୫ ଗୋଟି ଏଭଳି ୧୩ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି ।