ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକର ଅନେକ ଅଞ୍ଚଳରେ ଝଡ଼ ତୋଫାନ ହୋଇ ଯାଇଛି । ଏହି ଝଡ଼ ତୋଫାନରେ ଅନେକ ବଡ଼ ବଡ଼ ଗଛ ମାନ ଭାଙ୍ଗି ପଡିଥିବା ବେଳେ ଗୋଲାମୁଣ୍ଡା ଭାରତୀୟ ଷ୍ଟେଟବ୍ୟାଙ୍କ ଅଧିନରେ ଥିବା ଉଦେଶୃଙ୍ଗ ଗ୍ରାହକ ସେବା କେନ୍ଦ୍ରର ଆଜବେଷ୍ଟ ଛାତ ଉଡି ଯାଇଥିବା ଦେଖିବାକୁ ମିଳିଛି । ଘଟଣା ସମୟରେ ସିଏସପି ପରିଚାଳକ ରମାକାନ୍ତ ଅଘରିଆ ସିଏସପି ବନ୍ଦ କରି ଘରକୁ ମଧ୍ୟାନ ଭୋଜନ ପାଇଁ ଯାଇଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିନ୍ତୁ ଆଜବେଷ୍ଟ ଛାତ ଉଡାଇ ନେବା ପରେ ବର୍ଷା ହେବାରୁ ବର୍ଷା ପାଣିରେ ତାଙ୍କର ଏକ ଲ୍ୟାପଟପ, ପ୍ରିଣ୍ଟର, ପାସବୁକ ପ୍ରିଣ୍ଟର, ସୋଲାର ଇନଭେଟର, କୁଳର, ଫ୍ୟାନ ପ୍ରମୁଖ ମେସିନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଅପରପକ୍ଷରେ ତାଙ୍କର କେତେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି । ତାଙ୍କ ସିଏସପିର ବୀମା ଥିବାରୁ ଯଥାଶୀଘ୍ର ବିମାଟଙ୍କା ମିଳିଲେ ପୁଣିଥରେ ସିଏସପି ଚାଲୁ କରିପାରିବି ବୋଲି ସିଏସପି ପରିଚାଳକ ଶ୍ରୀ ଅଘରିଆ ପ୍ରକାଶ କରିଛନ୍ତି ।