ଆର୍ଥିକ ସାକ୍ଷରତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ ।ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ୩୦ ହଜାର କୋଟି ଜମାଟଙ୍କାର ବର୍ତ୍ତମାନ ଯାଏଁ କୌଣସି ଦାବୀଦାର ନାହାନ୍ତି । ଏହି ପରିପ୍ରେକ୍ଷୀରେରେ ଜନସାଧାରଣଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ୍ ଗୁଡ଼ିକରର ସେବା ତଥା ଆର୍ଥିକ ସାକ୍ଷରତା ବିଷୟରେ ବ୍ୟାଙ୍କର ଗ୍ରାହକ ମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି। ସାଧନ ନୂଆଦିଲ୍ଲୀ ସହାୟତା ତଥା ସମ୍ପର୍କ ଫିନ୍ ସର୍ଭିସେସ୍ ଆୟୋଜନରେ ମ ରାମପୁର ବ୍ଲକ ସଭା ଗୃହ ଠାରେ ଆୟୋଜିତ ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ବିନୟ କୁମାର ଭୋଇ, ଧନବଲ ସାଗର (ଷ୍ଟେଟ ବ୍ୟାଙ୍କ ମ. ରାମପୁର ଶାଖା), ଦୀପ୍ତି କିଶୋର୍ ନାୟକ (ବି ପି ଏମ, ଓଡିଶା ଜୀବିକା ମିଶନ), ସତ୍ୟବାନ ସାହୁ (ବି ପି ସି, ମିଶନ ଶକ୍ତି) ଯୋଗ ଦେଇ ବ୍ୟଙ୍କ୍ ଖାତା ପରିଚାଳନା, ବ୍ୟାଙ୍କ୍ ର ବିଭିନ୍ନ ନୀତି ନିୟମ, ସଂଚୟ ଓ ଋଣ ପ୍ରକ୍ରିୟା ଓ ବ୍ୟବସାୟ ଭିତିକ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମ.ରାମପୁର ବ୍ଲକ୍ ରୁ ୬୦ ରୁ ଅଧିକ ସ୍ୱୟଂ ସହାୟକ ଦଳ ର ପ୍ରତିନିଧି, ସିଆରପି ଓ ଏମବିକେ ମାନେ ଅଂଶ ଗ୍ରହଣ କରିଥିଲେ । ତାଲିମ ଦାତା ହିସାବରେ ବିମଳକାନ୍ତ ପଣ୍ଡା ଓ ପ୍ରକାଶ ସାହୁ ଆର୍ଥିକ ସାକ୍ଷରତା, ଦିଜଟାଲ ସେବା ଓ ସୁରକ୍ଷିତ ବ୍ୟାଙ୍କ ସେବା, ସଞ୍ଚୟ ଯୋଜନା,ଋଣ ଯୋଜନା, ବିମା ଯୋଜନା ଓ ପେନସନ ଯୋଜନା ଉପରେ ସଚେତନତା କରାଯାଇ ଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ମିଶ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ମମତା ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.