ମିଳିତ ଅମଲା ମଞ୍ଚ କେସିଙ୍ଗା ଶାଖାର କଳା ବ୍ୟାଚ ପରିଧାନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଡ କର୍ମଚାରୀମାନେ ମଙ୍ଗଳବାର କଳାବ୍ୟାଚ ପିନ୍ଧି ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଗତ ୨୨ ତାରିଖ ଠାରୁ ୩୧ ତାରିଖ ଯାଏ କର୍ମଚାରୀ ମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ ତୁଲାଇବେ। ଅମଳାଙ୍କ ସ୍ନାତକ ଭିର୍ତ୍ତିରେ ଦରମା ନିର୍ଦ୍ଧାରଣ ଲେବୁଲ ୯ ମୂଳ ଦରମା ୯୩୦୦ ଓ ଗ୍ରେଡ଼ ପେ ୪୨୦୦କୁ ବୃଦ୍ଧି ଲାଗି ଦାବି କରାଯାଇଛି। ରାଜ୍ୟ ସରକାର ଯଦି ଆସନ୍ତା ୩୧ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଜୁନ ମାସ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ସମସ୍ତ ଜୁନିୟର ଆସିଷ୍ଟାଣ୍ଡ କର୍ମଚାରୀ ମାନେ ରହିବେ ବୋଲି ସୂଚନା ରହିଛି। ରାଜ୍ୟ ସରକାର ଗତ ୨୦୧୭ ମସିହାରୁ ଅମଲା ନିଯୁକ୍ତି ପାଇଁ ଶିକ୍ଷ୍ୟାଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିଛନ୍ତି। ଯୋଗ୍ୟତା ଆଧାରରେ ଧାର୍ଯ୍ୟ ବେତନ ନିରୂପଣ ବଦଳରେ ବେତନ ଅଭିବୃଦ୍ଧି କରାଯାଇ ନାହିଁ। ଏହି ଦାବି ଅମଲା ସଙ୍ଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣପାତ କରୁ ନାହାନ୍ତି। ତେଣୁ ରାଜ୍ୟ ସରକାର ବିଚାର ନ କରନ୍ତି ତେବ ଆସନ୍ତା ଜୁନ ମାସ ୧ତାରିଖରୁ ରାଜ୍ୟ ବ୍ୟାପି ମିଳିତ ଅମଲା ସଙ୍ଘ କେସିଙ୍ଗା ଶାଖା ପକ୍ଷରୁ ମଧ୍ୟ ସମୂହ ଛୁଟି ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅମଲା ସଙ୍ଘ କେସିଙ୍ଗା ଶାଖାର ବରିଷ୍ଠ କିରାଣୀ ବିଶ୍ୱନାଥ ନାୟକ, ଈଶ୍ୱର ପ୍ରସାଦ ସାହୁ, ଅମରେଶ ରାଉତ, ରୁକ୍ମିଣୀ ଭୋଇ, ବିଶ୍ୱଜିତ ସାହୁ, ଶ୍ରୀକାନ୍ତ ସାହୁ, ପ୍ରତ୍ୟା ବିଜ୍ଞାନ ନାୟକ, ତପନ ରଣା, ସୁନୀଲ ରାଉତ ପ୍ରମୁଖ ରାଜ୍ୟ ସ୍ତରୀୟ ମିଳିତ ଅମଲା ସଙ୍ଘ ସହ ଜଡିତ ହୋଇ କଳାବ୍ୟାଚ ପରିଧାନ କରି ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.